ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୩୧୫ କରୋନା ଆକ୍ରାନ୍ତ

ଭୁବନେଶ୍ୱର, ଅଗଷ୍ଟ ୪ : ରାଜ୍ୟରେ କରୋନା ମହାମାରୀର ଦ୍ୱିତୀୟ ଲହରର ପ୍ରଭାବ କମିଆସୁଥିବା ବେଳେ ଏବେ ଦୈନିକ ସଂକ୍ରମଣ ଦୋଳି ଖେଳୁଛି । କେତେବେଳେ ରାଜ୍ୟରେ ଦୈନିକ ସଂକ୍ରମଣ କମିଯାଉଛି ତ ଆଉ କେତେବେଳେ ପୁଣି ବୃଦ୍ଧି ପାଉଛି ଦୈନିକ ସଂକ୍ରମଣ ଯାହା ଏବେ ସବୁଠାରୁ ବଡ଼ ଚିନ୍ତାର ବିଷୟ ପାଲଟିଛି । ଗତ କାଲି ୧୧ଶହ ଦୈନିକ ସଂକ୍ରମଣର ଟ୍ରେଣ୍ଡ ରହିଥିବା ବେଳେ ଆଜି ପୁଣି ବୃଦ୍ଧି ପାଇଛି ସଂକ୍ରମଣ ହାର । ଆଜି ପୁରା ରାଜ୍ୟରୁ ଗତ ୨୪ ଘଣ୍ଟା ମଧ୍ୟରେ ୧୩୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୭୬୨ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ବାକି ୫୫୩ ଟି ଲୋକାଲ କେସ୍ ଚିହ୍ନଟ କରାଯାଇଛି ।  ଆଜି ମଧ୍ୟ ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୪୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି ।

Leave A Reply

Your email address will not be published.