ଆଜି ବସିବ ଶ୍ରୀମନ୍ଦିର ଖୋଲିବା ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ବୈଠକ

ପୁରୀ, ଅଗଷ୍ଟ ୪ : ରାଜ୍ୟରେ ଅନଲକ୍ ପର୍ଯ୍ୟାୟରେ ସବୁ କିଛି ଧିରେ ଧିରେ ଖୋଲୁଛି । ପ୍ରାୟ ସବୁ ଧର୍ମାନୁଷ୍ଠାନ ଖୋଲିବାକୁ ଜିଲ୍ଲାପାଳ ମାନେ ଅନୁମତି ଦେଉଥିବା ବେଳେ ପୁରୀ ଶ୍ରୀମନ୍ଦିର ଖୋଲିବା ନେଇ ଏପର୍ଯ୍ୟନ୍ତି ହୋଇପାରୁନି ନିଷ୍ପତି । ଦୀର୍ଘ ୩ ମାସ ଧରି ବନ୍ଦ ରହିଛି ବଡ଼ ଦେଉଳ, ତେବେ କେବେ ପୁଣି ମହାପ୍ରଭୁଙ୍କୁ ଭକ୍ତ ମାନେ ଦର୍ଶନ କରିବେ ତାକୁ ନେଇ ଦ୍ୱନ୍ଦ ବଢିଛି । ଏହାରି ମଧ୍ୟରେ ଆଜି ବସିବାକୁ ଯାଉଛି ଶ୍ରୀମନ୍ଦିର ଖୋଲିବା ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ବୈଠକ । ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରୀଷନ କୁମାରଙ୍କ ଅଧକ୍ଷତାରେ ବୈଠକ ବସିବାକୁ ଥିବା ବେଳେ ଏହି ବୈଠକରେ ନୁରୀ ଜିଲ୍ଲାପାଳ, ଏସପି, ଶ୍ରୀମନ୍ଦିର ପ୍ରଶାସନର ନୀତି ଓ ଉନ୍ନୟନ ପ୍ରଶାସକ ଓ କୋଭିଡ୍ ସମନ୍ୱୟ କମିଟିରେ ଥିବା ସେବାୟତ ମାନେ ଭର୍ଚୁଆଲ ବୈଠକରେ ସାମିଲ୍ ରହିବେ ବୋଲି ଜଣାପଡିଛି । ଆଜି ବୈଠକ ସରିବା ପରେ ହିଁ ସ୍ପଷ୍ଟ ହୋଇପାରିବ ଯେ ଶ୍ରୀମନ୍ଦିର କେବେ ଖୋଲିବ ଏବଂ କରୋନା କଟକଣା ମଧ୍ୟରେ କିଭଳି ଖୋଲିବ ଶ୍ରୀମନ୍ଦିର ।

Leave A Reply

Your email address will not be published.