ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ହେବ ସିନ୍ ରିକ୍ରିଏସନ୍‌

ପାରଳାଖେମୁଣ୍ଡି, ଅଗଷ୍ଟ ୪ : ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାକୁ ୨୩ ଦିନ ବିତ୍ତିଗଲାଣି ମାତ୍ର ଏପର୍ଯ୍ୟନ୍ତ ମୃତ୍ୟୁ ରହସ୍ୟ ଖୋଜି ପାଉନି ପାରଳାଖେମୁଣ୍ଡି ପୋଲିସ୍ । ଦିନ ଗଡି ଚାଲିବା ସହିତ ତଦନ୍ତ ଗତି ମଧ୍ୟ ମନ୍ଥର ହେଉଥିବାରୁ ପାରଳାଖେମୁଣ୍ଡି ପୋଲିସ୍ ଓ ରାଜ୍ୟ କ୍ରାଇମବ୍ରାଞ୍ଚ ଉପରୁ ଆସ୍ଥା ହରାଇ ମୃତ ବନ ଅଧିକାରୀ ସୌମ୍ୟରଞ୍ଜନଙ୍କ ପରିବାର ଲୋକ ଏହି ମାମଲାରେ ସିବିଆଇ ତଦନ୍ତ ଦାବି କରିଛନ୍ତି । ଏପଟେ ମାମଲାର ଖିଅ ଖୋଜିବାକୁ ଯାଇ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସୌମ୍ୟ ରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ଦୁଇ ଦୁଇ ଥର ମାରାଥନ୍ ଜେରା କରିଛି ପାରଳାଖେମୁଣ୍ଡି ପୋଲିସ୍। ଜେରା ପରେ ପୋଲିସ୍ କୁ ବିଶେଷ କିଛି ପ୍ରମାଣ ମିଳିନଥିବା ମନେ ହେଉଥିବା ବେଳେ ଏହି ମାମଲାରେ ଦରକାର ପଡିଲେ ସିନ୍ ରିକ୍ରିଏସନ୍ କରାଯିବ ବୋଲି ପାରଳାଖେମୁଣ୍ଡି ଆଇଆଇସି ଗଣମାଧ୍ୟକୁ ପ୍ରତିକ୍ରିୟା ଦେଇ କହିଛନ୍ତି ।

Leave A Reply

Your email address will not be published.