ଟୋକିଓ ଅଲିମ୍ପିକ୍ସ: ଜାଭଲିନ୍‌ରେ ନୀରଜ ଚୋପ୍ରାଙ୍କ ଦମଦାର ପ୍ରଦର୍ଶନ

ନୂଆଦିଲ୍ଳୀ, ଅଗଷ୍ଟ ୦୪ : ଭାରତର ଷ୍ଟାର ଆଥଲେଟ ନୀରଜ ଚୋପ୍ରା ଟୋକିଓ ଅଲିମ୍ପିକ୍ସରେ ବୁଧବାର ଦମଦାର ପ୍ରଦର୍ଶନ କରିଛନ୍ତି । ସେ ୮୬.୬୫ ମିଟର ଜାଭଲିନ୍ ଥ୍ରୋ କରି ଫାଇନାଲରେ ପହଂଚିଛନ୍ତି । ଏହି ପ୍ରଦର୍ଶନ ପରେ ଭାରତର ପଦକ ଆଶା ପୁଣି ବଢ଼ିଯାଇଛି । ନୀରଜ ଚୋପ୍ରା ୮୩.୫୦ ମିଟର ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଏହି ସଫଳତା ହାସଲ କରିଛନ୍ତି । ଏପର୍ଯ୍ୟନ୍ତ ସମସ୍ତ ଜାଭଲିନ୍ ଥ୍ରୋରେ ଏହା ହେଉଛି ଶ୍ରେଷ୍ଠ ପ୍ରଦର୍ଶନ ।   ଟୋକିଓ ଅଲିମ୍ପିକ୍ସ-୨୦୨୦ରେ ଆଜି ଭାରତୀୟ ମହିଳା ବକ୍ସର ଲଭଲୀନା ବାର୍ଗୋହେନ୍ ଏବଂ ଚମ୍ପିଅନ୍ ବୁସେନାଜ ସୁରମେଲୀଙ୍କ ମୁକାବିଲା ହେବେ ୬୯ କିଲୋ ବର୍ଗ ଭାରବର୍ଗରେ ଲଭଲୀନା ପୂର୍ବରୁ କାଂସ୍ୟ ପଦକ ସୁନିଶ୍ଚିତ କରିସାରିଛନ୍ତି । ପୂର୍ବାହ୍ନ ୧୧ଟାରେ ଅନୁଷ୍ଠିତ ହେବାକୁ ଥିବା ଆଜିର ମୁକାବିଲାରେ ସଫଳତା ହାସଲ କରି ସେ ଫାଇନାଲକୁ ଯିବାକୁ ଉଦ୍ୟମ କରିବେ । ଏହି ଆଜିର ସଫଳତା ମିଳିବା ପରେ ସେ ଏହି ବର୍ଗରେ ଫାଇନାଲ ପହଂଚିବାରେ ପ୍ରଥମ ମହିଳା ହୋଇପାରିବେ ।  ଭାରତୀୟ ମହିଳା ହକି ଟିମ୍ ଆଜି ଅପରାହ୍ନ ସାଢ଼େ ୩ଟାରେ ଆର୍ଜେଣ୍ଟିନା ବିପକ୍ଷରେ ପଡ଼ିଆକୁ ଓହ୍ଲାଇବ ।  ମଙ୍ଗଳବାର ଭାରତୀୟ ପୁରୁଷ ହକି ଟିମ ଫାଇନାଲରେ ସ୍ଥାନ କରିପାରି ନାହିଁ । ଟିମକୁ ସେମିଫାଇନାଲରେ ବେଲଜିୟମ ହାତରେ ୫-୨ରେ ହାରିବାକୁ ପଡ଼ିଛି । କିନ୍ତୁ ଆଜି ଝିଅମାନେ ଇତିହାସ ରଚିବାକୁ ସୁଯୋଗ ପାଇପାରିବେ । ପ୍ରଥମ ଥର ସେମିଫାଇନାଲରେ ପହଂଚି ଥିବା ହକି ଟିମ୍ ଆଜି ‘ଚକ୍ ଦେ’ କରିବାକୁ ସୁଯୋଗ ପାଇଛନ୍ତି । 

Leave A Reply

Your email address will not be published.