ହାଇଦର ଏନକାଉଣ୍ଟରର ହେବ ଫରେନ୍ସିକ୍ ଯାଞ୍ଚ

ଭୁବନେଶ୍ୱର, ଅଗଷ୍ଟ ୫ : କୁଖ୍ୟାତ ଗ୍ୟାଙ୍ଗଷ୍ଟାର ହାଇଦରର ଏନକାଉଣ୍ଟରକୁ ୧୩ ଦିନ ବିତିଗଲାଣି । ପୋଲିସ୍ କର୍ମଚାରୀଙ୍କୁ ଚଖମା ଦେଇ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ହାଇଦରକୁ ଏନକାଉଣ୍ଟର କରାଯାଇଥିଲା । ମାତ୍ର ଏହାପରେ ଏନକାଉଣ୍ଟରକୁ ନେଇ ହାଇଦରର ପରିବାର ଲୋକ ଓ ସାଧାରଣ ଲୋକ ପ୍ରଶ୍ନ ଉଠାଇବା ପରେ ପୋଲିସ୍ ପକ୍ଷରୁ ଏନକାଉଣ୍ଟରର ଫରେନ୍ସିକ୍ ଯାଞ୍ଚ ପାଇଁ ସବୁ ପ୍ରମାଣକୁ ଲ୍ୟାବ ପଠାଯାଇଛି । ପ୍ରମାଣ ଆକାରରେ ଏନକାଉଣ୍ଟର କରାଯାଇଥିବା ବନ୍ଧୁକ, କପଡ଼ା ଓ ରକ୍ତଭିଜା ମାଟି କୁ ଫରେନ୍ସିକ୍ ଲ୍ୟାବ ପଠାଯାଇଥିବା ବାଲେଶ୍ୱର ଡିଏସପି ବଳରାମ ନାୟକ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.