ଲାଲକିଲ୍ଲା ଉପରେ ଡ୍ରୋନ୍ , ଦିଲ୍ଲୀ ପୋଲିସ ଚିନ୍ତିତ

ନୂଆଦିଲ୍ଳୀ, ଅଗଷ୍ଟ ୦୫ : ସ୍ୱାଧୀନତା ଦିବସ ପୂର୍ବରୁ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ଲାଲକିଲ୍ଲା ନିକଟରେ ଡ୍ରୋନ୍ ଦୃଶ୍ୟମାନ ହୋଇଛି । ଏହି ଦୃଶ୍ୟ ଦେଖି ଦିଲ୍ଲୀ ପୋଲିସ ଏବଂ ସୁରକ୍ଷା ସଂସ୍ଥାର ଚିନ୍ତା ବଢ଼ିଯାଇଛି । ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ଲାଲକିଲ୍ଲା ଭଳି ସ୍ଥାନରେ ଡ୍ରୋନ ଦେଖାଯିବା ନେଇ ପୋଲିସର ଚିନ୍ତା ବଢ଼ିଯାଇଛି । ବିଜୟ ଘାଟ ନିକଟରେ ଡ୍ରୋନ୍ ଉଡୁଥିବା ସମୟରେ ସୁରକ୍ଷା ସଂସ୍ଥାର ନଜରକୁ ଆସିଥିଲା ।  ତେବେ ଦିଲ୍ଲୀ ପୋଲିସ ଖୁବଶୀଘ୍ର ଡ୍ରୋନକୁ ଜବତ କରିଥିବା ବେଳେ ସରକାରୀ ଆଦେଶ ଉଲ୍ଲଂଘନ ଅଭିଯୋଗରେ ଏକ ମାମଲା ରୁଜୁ କରାଯାଇଛି । ପୋଲିସ ମାମଲାର ଛାନ୍‌ଭିନ କରୁଛି । ପ୍ରାରମ୍ଭିତ ତଦନ୍ତରୁ ଜଣାଯାଇଛି ଯେ, ଏଠାରେ ଏକ ୱେବ ସିରିଜ ପାଇଁ ସୁଟିଂ ଚାଲିଥିଲା ଏବଂ ଏହି କାମରେ ଡ୍ରୋନକୁ ବ୍ୟବହାର କରାଯାଇଥିଲା ।  ପୋଲିସ କହିବା ଅନୁସାର ୱେବ ସିରିଜ ନିର୍ମାତା ସଂସ୍ଥା ଦିଲ୍ଲୀ ପୋଲିସ ଠାରୁ ଅନୁମତି ନେଇଥିଲା । କିନ୍ତୁ ଡ୍ରୋନର ବ୍ୟବହାର ସଂପର୍କରେ କିଛି କୁହାଯାଇ ନଥିଲା । ଏଥି ପାଇଁ ସୂଚନା ମିଳିବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ସୋମବାର ସନ୍ଧ୍ୟାରେ ଡ୍ରୋନ ରାଉଣ୍ଡ କରୁଥିବା ଦେଖାଯାଇଥିଲା । ଡ୍ରୋନ ଦେଖିବା ମାତ୍ରେ ପୋଲିସ ସତର୍କ ହୋଇଯାଇଥିଲା । 

Leave A Reply

Your email address will not be published.