ଡ୍ରାଇଭିଂ ଲାଇସେନ୍ସକୁ ନେଇ ବଡ ଘୋଷଣା କରିଛନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ, ଅଗଷ୍ଟ୦୬ : ଡ୍ରାଇଭିଂ ଲାଇସେନ୍ସକୁ ନେଇ ବଡ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ବର୍ତ୍ତମାନ କାର କମ୍ପାନୀ, ଅଟୋମୋବାଇଲ୍ ଆସୋସିଏସନ୍ ଏବଂ ଏମଜିଓକୁ ମଧ୍ୟ ଡ୍ରାଇଭିଂ ଟ୍ରେନିଂ ସେଣ୍ଟର ଖୋଲିବାକୁ ଅନୁମତି ମିଳିବ । ତେବେ ଏହି ସବୁ ସଂସ୍ଥା ଡ୍ରାଇଭିଂ ପ୍ରଶିକ୍ଷଣ ପୂରା କରିଥିବା ଲୋକଙ୍କୁ ଜାରି କରିପାରିବେ ଡିଏଲ୍ ।  ଏହାସହିତ ଲର୍ଣ୍ଣି ଲାଇସେନ୍ସ ପାଇଁ ଲୋକଙ୍କୁ ଆଉ ପରିବହନ କାର୍ଯ୍ୟାଳୟକୁ ଦୌଉଡିବାକୁ ପଡିବ ନାହିଁ । ହେଲେ ଗାଡିର ପଞ୍ଜିକରଣ ପାଇଁ ଆରଟିଏ କାର୍ଯ୍ୟାଳୟକୁ ଯିବାକୁ ପଡିବ । ଏନେଇ ନୋଟିସ ଜାରି କରିଛି କେନ୍ଦ୍ର ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ । ପୂର୍ବପରି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟୀରେ ଡିଏଲ୍ କରିପାରିବେ ।  

Leave A Reply

Your email address will not be published.