ଆସନ୍ତା ୯ ତାରିଖରେ ଖୋଲିବ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ମନ୍ଦିର

ଭୁବନେଶ୍ୱର ,ଅଗଷ୍ଟ ୦୬ : କରୋନା କଟକଣା ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରେ ଦୀର୍ଘ ୩ ମାସ ଧରି ବନ୍ଦ ପଡ଼ିଥିବା ମନ୍ଦିର ଆସନ୍ତା ସୋମବାର ଠାରୁ ଖୋଲିବ ବୋଲି ନିଷ୍ପତି ହୋଇଛି । ସାମାଜିକ ଦୂରତା ସହ ୍‌କୋଭିଡ଼୍ ର ସମସ୍ତ ପ୍ରୋଟକଲକୁ ମାନି ଭକ୍ତ ମାନଙ୍କୁ ମନ୍ଦିର ପ୍ରବେଶ ପାଇଁ ଅନୁମତି ମିଳିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତି ହୋଇଛି । ସୁଚନା ଅନୁସାରେ ଆସନ୍ତା ୧୯ ତାରିଖ ଠାରୁ ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମନ୍ଦିର ଦ୍ୱାର ଭକ୍ତଙ୍କ ପାଇଁ ଖୋଲା ରହିବ ଏବଂ ସନ୍ଧ୍ୟା ୬ରୁ ରାତି ୮ ଭିତରେ ପୁଜକମାନେ ଠାକୁରଙ୍କ ନିତୀକାନ୍ତି ସମ୍ପର୍ଣ୍ଣ କରି ମନ୍ଦିର ଦ୍ୱାର ବନ୍ଦ କରି ଘରକୁ ଫେରିବେ । ଗାଇଡଲାଇନ୍ ଅନୁସାରେ ଭକ୍ତ ମାନେ ମନ୍ଦିରରେ ଭୋଗ ଏବଂ ଦୀପ ଲଗାଇ ପାରିବେ ନାହିଁ ଏହା ସହିତ ମନ୍ଦିରରେ ଭୋଜନ ପାଇଁ ମଧ୍ୟ କୌଣସି ବ୍ୟବସ୍ଥା କରାଯାଇପାରିବ ନାହିଁ । ତେବେ ସବୁଠାରୁ ବଡ଼ କଥା ହେଉଛି ଖୋର୍ଦ୍ଧା ଜିଲ୍ଲାର ସମସ୍ତ ମନ୍ଦିର ଆସନ୍ତା ସୋମବାର ଖୋଲୁଥିବା ବେଳେ ଭୁବନେଶ୍ୱରର ସମସ୍ତ ମନ୍ଦିର ଖୋଲିବାର ନିଷ୍ପତି ବିଏମସି ନେବ ବୋଲି ସୁଚନା ରହିଛି ।

Leave A Reply

Your email address will not be published.