ଆଜିଠାରୁ ଖୋଲିଲା ପ୍ରସିଦ୍ଧ ଶକ୍ତିପୀଠ ଝଙ୍କଡ ସ୍ଥିତ ମା ଶାରଳା ଓ ଗୋରେଖନାଥ ପୀଠ

ଜଗତସିଂହପୁର,ଅଗଷ୍ଟ ୦୬ : କୋଭିଡ କଟକଣା ଭିତରେ ଆଜିଠାରୁ ଖୋଲିଲା ଜଗତସିଂହପୁରର ପ୍ରସିଦ୍ଧ ଶକ୍ତିପୀଠ ଝଙ୍କଡ ସ୍ଥିତ ମା ଶାରଳା ଓ ଗୋରେଖନାଥ ପୀଠ । ଏହା ସହିତ ଜିଲ୍ଲାର ଅନ୍ୟ ସମସ୍ତ ମନ୍ଦିର ମଧ୍ୟ କୋଭିଡ୍ କଟକଣା ଭିତରେ ଖୋଲାଯାଇଛି । ଏନେଇ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତା ବସିଥିବା ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ।  ମନ୍ଦିର ଖୋଲିବା ପରେ ଶ୍ରଦ୍ଧାଳୁମାନଙ୍କ ଦର୍ଶନ ପାଇଁ ଯେପରି ଭିଡ ନହୁଏ ଓ କୋଭିଡ କଟକଣାକୁ କଡାକଡି ପାଳନ କରିବା ଉପରେ ଗୁରୁତ୍ୱ ଦିଆଯାଉଛି । ଦର୍ଶନ ସମୟରେ ଶ୍ରଦ୍ଧାଳୁ ମାସ୍କ ପିନ୍ଦିବା ଏବଂ ସାମାଜିତ ଦୂରତା ଉପରେ ଗୁରୁତ୍ୱ ଦିଆଯାଉଛି ।  ସେହିପରି ଥଣ୍ଡା, କାଶ ଆଦି ଲକ୍ଷଣ ଥିବା ଶ୍ରଦ୍ଧାଳିଙ୍କ ମନ୍ଦିର ପ୍ରବେଶ ଉପରେ ରୋକ ଲଗାଯାଇଛି । ଏହାସହିତ ସନ୍ଧ୍ୟା ଆଳତୀ ପୂର୍ବରୁ ଅର୍ଥାତ ସନ୍ଧ୍ୟା ୬ଟା ପୂର୍ବରୁ ମନ୍ଦିର ବନ୍ଦ ରହିବ । ମନ୍ଦିର ଭିତରକୁ ଭୋଗ, ପ୍ରସାଦ ଯିବା ନିଷେଧ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । 

Leave A Reply

Your email address will not be published.