ଏସ୍‌ସିବି କୋଭିଡ ହସ୍ପିଟାଲର ଅବ୍ୟବସ୍ଥା, ଚାରି ମହଲା ଝରକାରୁ ପଡ଼ି ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

କଟକ ,ଅଗଷ୍ଟ ୦୬ : କଟକ ଏସ୍‌ସିବି କୋଭିଡ ହସ୍ପିଟାଲରେ ଚାରି ମହଲା ଝରକାରୁ ପଡ଼ି ଆଉ ଜଣେ ଆକ୍ରାନ୍ତ ଆଖି ବୁଜିଛନ୍ତି । ଏସ୍‌ସିବିରେ ଗତକାଲି ରାତିରେ ହସ୍ପିଟାଲର ୪ ମହଲା ଝରକାରୁ ଖସି ପଡ଼ିବାରୁ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ପରେ ମେଡିକାଲ ସୁରକ୍ଷା କର୍ମୀ ତାଙ୍କୁ ତୁରନ୍ତ କାଜୁଆଲିଟିରେ ଭର୍ତ୍ତି କରିଥିଲେ ହେଲେ ସେଠାରେ ତାଙ୍କର ଗୂରୂତର ଅବସ୍ଥାରେ ମୃତ୍ୟୁ ହୋଇଛି । ସୁଚନା ଅନୁସାରେ କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ କଟକ ଏସସିବି କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଗତ ରାତିରେ ସନ୍ଦେହଜନକ ଭାବେ ତାଙ୍କ ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ମୟୂରଭଂଜ ଜିଲ୍ଲାର । ପ୍ରତିଥର କଟକ ଏସ୍‌ସିବି କୋଭିଡ ହସ୍ପିଟାଲରେ ରୋଗୀଙ୍କ ପ୍ରତି ଅବହେଳାର ହେଉଛି ।ଯାହାଫଳରେ ଗୋଟିଏ ପରେ ଗୋଟିଏ ଜୀବନ ଚାଲିଯାଉଛି । ୩ ଦିନ ବ୍ୟବଧାନରେ ସନ୍ଦେହଜନକ ଭାବେ ଆଖି ବୁଜିଲେଣି ୨ ରୋଗୀ । ମଙ୍ଗଳବାର ଜଣେ ବୃଦ୍ଧ କୋଭିଡ୍ ହସ୍ପିଟାଲର ବାଥରୁମ୍‌ରେ ପ୍ରାଣ ହରାଇଥିବା ବେଳେ ଗତ ରାତିରେ ଚାରି ମହଲା ଝରକାରୁ ପଡ଼ି ଆଉ ଜଣେ ଆକ୍ରାନ୍ତ ଆଖି ବୁଜିଛନ୍ତି।

Leave A Reply

Your email address will not be published.