ଆସନ୍ତା ସପ୍ତାହରୁ SCBରେ ଇକମୋ ଚିକିତ୍ସା

କଟକ : ସରି ଆସିଲାଣି ସମସ୍ତ ପ୍ରସ୍ତୁତି।  ଅଗଷ୍ଟ ଦ୍ୱିତୀୟ ସପ୍ତାହରୁ କଟକ SCBରେ ଆରମ୍ଭ ହେବ ବହୁ ପ୍ରତିକ୍ଷିତ ଇକମୋ ଚିକିତ୍ସା । ଏହି ସୂଚନା ଦେଇଛନ୍ତି ଡିଏମଇଟି ଡାକ୍ତର ସି.ବି.କେ. ମହାନ୍ତି  । ଏନେଇ ଗଣମାଧ୍ୟମକୁ ସୂଚନା ଦେଇ ଡିଏମ୍‌ଇଟି କହିଛନ୍ତି, ଏସ୍‌ସିବିରେ ୯ଟି ଇକମୋ ମେସିନ ଇନ୍‌ଷ୍ଟଲ୍‌ ହୋଇଛି ।  ଆବଶ୍ୟକ ମାନବ ସମ୍ବଳ ମଧ୍ୟ ନିଯୁକ୍ତ ହୋଇସାରିଛନ୍ତି । ଗୋଟିଏ ବ୍ୟାଚ୍ କୋଲକାତାରୁ ପ୍ରଶିକ୍ଷଣ ନେଇ ଫେରିଛନ୍ତି । ଇକ୍‌ମୋ ପାଇଁ SCBରେ ୨ଟି ୟୁନିଟ୍ କରାଯାଇଛି । ପ୍ରଥମ ୟୁନିଟ୍‌ରେ ୬ଟି ଓ ଦ୍ୱିତୀୟ ୟୁନିଟ୍‌ରେ ୩ଟି ମେସିନ ରହିବ । ଦ୍ୱିତୀୟ ୟୁନିଟ୍‌ର ୩ଟି ମେସିନ କୋଭିଡ୍ ରୋଗୀଙ୍କୁ ସେବା ଯୋଗାଇବ।  ତେବେ କୋଭିଡ୍ ପରବର୍ତ୍ତୀ ଜଟିଳତା ପାଇଁ ଅନ୍ୟ ୬ଟି ମେସିନ ରହିବ । କୋଭିଡ୍ ସମୟରେ ଇକମୋ ମେସିନ୍ ଅଭାବରୁ ବହୁ ରୋଗୀ ରାଜ୍ୟ ବାହାରକୁ ବିଭିନ୍ନ ମେଡିକାଲକୁ ଚିକିତ୍ସା ଲାଗି ଯାଉଥିଲେ। ଏପରିକି ଇକମୋ ଅଭାବରୁ ବହୁ ରୋଗୀଙ୍କ ଜୀବନ ରକ୍ଷା ସମ୍ଭବ ହୋଇପାରୁନଥିଲା ବୋଲି ଅଭିଯୋଗ ହେଉଥିଲା । ଏହା ପରେ ରାଜ୍ୟ ସରକାର ଏସସିବିକୁ ଇକମୋ ମେସିନ୍ ଆଣିବାକୁ ନିଷ୍ପତ୍ତି ନେଇଥିଲେ ।

Leave A Reply

Your email address will not be published.