ଭକ୍ତ ଓ ଭଗବାନଙ୍କ ହେବ ମିଳନ,ଶ୍ରଦ୍ଧାଳୁଙ୍କ ପାଇଁ ଆଜିଠାରୁ ଖୋଲିବ ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱର ମନ୍ଦିର

କଟକ ,ଅଗଷ୍ଟ ୦୬ :ଆଜି ଠାରୁ ଖୋଲିବାକୁ ଯାଉଛି ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱର ମନ୍ଦିର । କରୋନା ସଂକ୍ରମଣ ଯୋଗୁଁ ୪ମାସ ଧରି ବନ୍ଦ ରହିଥିବାରୁ କଟକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଖୋଲିବା ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଭକ୍ତମାନେ ବାଧ୍ୟତାମୂଳକ ଭାବେ ସଠିକ୍‍ ଭାବେ ମାସ୍କ ପରିଧାନ କରିବା ଓ ସାମାଜିକ ଦୂରତ୍ୱ ରକ୍ଷା କରି କେବଳ ଶ୍ରୀ ଜୀଉଙ୍କର ଦର୍ଶନ କରିପାରିବେ। ସେଠାରେ କୌଣସି ପ୍ରକାର ଭୋଗ, ପ୍ରସାଦ, ଦୀପ, ଧୂପ ଲାଗି କରାଯାଇ ପାରିବ ନାହିଁ ଏବଂ ଠାକୁରଙ୍କୁ କେହି ଚୁଇଁବେ ନାହିଁ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଜ୍ୱର, ଥଣ୍ଡା, କାଶ ଭଳି କରୋନା ଲକ୍ଷଣ ଥିବା ଲୋକଙ୍କୁ, ୬୫ ବର୍ଷରୁ ଉର୍ଦ୍ଧ ବୟସ୍କ ଓ ୧୦ବର୍ଷରୁ କମ୍‍ ବୟସ୍କଙ୍କୁ ମନ୍ଦିର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ମନ୍ଦିର ପରିସରକୁ ପ୍ରତିଦିନ ବ୍ୟାପକ ଭାବେ ବିଶୋଧନ କରାଯିବା ସହ ପରିସରକୁ ସଫେଇ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। କଟକଣା ଅମାନିଆଙ୍କ ବିରୋଧରେ ଆଇନଗତ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାଇ ଦିଆଯାଇଛି। କଟକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଗୁରୁବାର ଉପଜିଲ୍ଲାପାଳ ତଥା ଦେବୋତ୍ତର କାର‌୍ୟ୍ୟନିର୍ବାହୀ ଅଧିକାରୀ ଅଜାମ୍ବର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇ ଏପରି ନିଷ୍ପତି ନିଆଯାଇଛି ।

Leave A Reply

Your email address will not be published.