ରାଜ୍ୟରେ କମୁଛି ଦ୍ୱିତୀୟ ଲହରର ପ୍ରଭାବ

ଭୁବନେଶ୍ୱର, ଅଗଷ୍ଟ ୯ : ରାଜ୍ୟରେ ଧିରେ ଧିରେ କରୋନା ମହାମାରୀର ଦ୍ୱିତୀୟ ଲହରର ପ୍ରଭାବ କମିବାରେ ଲାଗିଛି । ଆଜି ଦୈନିକ ସଂକ୍ରମଣର ଟ୍ରେଣ୍ଡ ହଜାରେ ତଳକୁ ଆସିଛି ଯାହାକୁ ନେଇ ରାଜ୍ୟ ବାସୀ ସାମାନ୍ୟ ଆସ୍ୱସ୍ଥ ହୋଇଛନ୍ତି । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮୮୬ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୫୧୨ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ବାକି ୩୭୪ ଟି ଲୋକାଲ କେସ୍ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ କରୋନା ସଂକ୍ରମଣ ତଳ ମୁହାଁ ହୋଇଥିଲେ ବି ଖୋର୍ଦ୍ଧା ଜିଲ୍ଲାର ସଂକ୍ରମଣ ରାଜ୍ୟ ପାଇଁ ଏବେବି ଭୟ ବଢାଇଛି । ଆଜି ବି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୫୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.