ଜନସନ ଆଣ୍ଡ ଜନସନ ଟିକାକୁ ଭାରତ ଦେଲା ଅନୁମତି

ନୂଆଦିଲ୍ଲୀ: ଆମେରିକାନ ଟିକା ଜନସନ୍ ଆଣ୍ଡ ଜନସନକୁ ଭାରତ ସରକାର ଜରୁରୀକାଳୀନ ଭାବରେ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି। ଦୁଇ ଦିନ ତଳେ ଜନସନ ଆଣ୍ଡ ଜନସନ ଜରୁରୀକାଳୀନ ଭାବରେ ବ୍ୟବହାର ପାଇଁ ଅନୁମତି ମାଗିଥିଲା। ଏହି ଟିକାର ବିଶେଷତ୍ୱ ହେଲା ଏହା ସିଙ୍ଗେଲ୍ ଡୋଜ। ଏହି ଟିକାକୁ ଅନୁମୋଦନ ଦେବା ପୂର୍ବରୁ ଭାରତ ସରକାର ୪ଟି ଟିକାକୁ ଜରୁରୀକାଳୀନ ଭାବରେ ବ୍ୟବହାର ପାଇଁ ଅନୁମତି ଦେଇ ସାରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭ୍ୟ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ଭାରତରେ ବିଭିନ୍ନ ଟିକା ତିଆରି କରୁଥିବା ବାୟୋଲଜିକାଲ ଇ ଲିମିଟେଡ ଜରିଆରେ ଏହି ଟିକା ଭାରତକୁ ଆସିବ ବୋଲି ସୂଚନା ରହିଛି। ଆମେରିକା, ବ୍ରିଟେନ ସମେତ ଅନେକ ଦେଶର ଏବେ ଏହି ଟିକା ବ୍ୟବହାର ହେଉଛି।

Leave A Reply

Your email address will not be published.