କରୋନା କଟକଣା ମଧ୍ୟରେ ରାଜ୍ୟରେ ଆଜିଠୁ ଖୋଲୁଛି ସବୁ ବୈଷୟିକ ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର, ଅଗଷ୍ଟ ୯ : ରାଜ୍ୟରେ କରୋନା ମହାମାରୀ ଯୋଗୁ ପ୍ରାୟ ଦେଢ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବା ବେଳେ ବର୍ତ୍ତମାନ ଦ୍ୱିତୀୟ ଲହରର ପ୍ରଭାବ କମୁଥିବା ବେଳେ ରାଜ୍ୟରେ ଧିରେ ଧିରେ ଶିକ୍ଷାନୁଷ୍ଠାନ ଗୁଡିକ ଖୋଲିଛି । ଆଜି ଠାରୁ ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ଗୁଡିକ ଖୋଲିଛି । କରୋନା କଟକଣା ମଧ୍ୟରେ ଆଜିଠୁ ରାଜ୍ୟରେ ସମସ୍ତ ଆଇଟିଆଇ ପଲିଟେକନିକ ଏବଂ ବୈଷୟିକ ଶିକ୍ଷାର ଶେଷ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ କଲେଜ ଖୋଲିଛି । କଲେଜ ପରିସରରରେ ସମସ୍ତ କୋଭିଡ୍ ନିୟମର କଡାକଡି ଭାବରେ ପାଳନ କରାଯିବାକୁ ନିର୍ଦ୍ଦେଶ ରହିଥିବା ବେଳେ ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ନିୟମକୁ ପ୍ରାଧ୍ୟାନ୍ୟ ଦିଆଯାଇଛି । ବର୍ତ୍ତମାନ କେବଳ ଶେଷ ବର୍ଷର ଛାତ୍ରଛାତ୍ରୀ ମାନଙ୍କ ପାଇଁ କଲେଜ ଖୋଲିଥିବା ବେଳେ ସ୍ଥିତି ଦେଖି ସବୁ ବର୍ଷ ର ଛାତ୍ରଛାତ୍ରୀ ମାନଙ୍କ ପାଇଁ ଖୁବ୍ ଶୀଘ୍ର କଲେଜ ଖୋଲିବ ବୋଲି ବିଭାଗୀୟ ମନ୍ତ୍ରୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.