କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ

କଟକ, ଅଗଷ୍ଟ ୦୯ : ପୁଣି କଟକରୁ ୧ କେଜି ୧୫୯ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଲାଗବାଗ ଥାନା ଓ ସ୍ପେଶାଲ ସ୍କ୍ୱାଡ୍‌ର ମିଳିତ ଚଢଉରେ ବ୍ରାଉନସୁଗାର ଜବତ କରାଯାଇଛି । ଜବତ ବ୍ରାଉନସୁଗାରର ମୂଲ୍ୟ ଏକ କୋଟିରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି । ତେବେ ଏହି ଘଟଣାରେ ୬ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି । ଏନେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି ।  ସୂଚନା ଅନୁସାରେ, ରବିବାର ଅପରାହ୍ନରେ କଟକ ଓ ଭୁବନେଶ୍ୱର ଅଞ୍ଚଳରେ ଚଢଉ ହୋଇଥିଲା । ଗିରଫ ୬ ଅଭିଯୁକ୍ତଙ୍କ ମଧ୍ୟରୁ ୪ ଜଣ ଜଗତସିଂହପୁର ଜିଲ୍ଲାର ବୋଲି ଜଣାପଡିଛି । ଏଥିସହିତ ୨ ଜଣ ପୂର୍ବରୁ ବ୍ରାଉନସୁଗାର କାରବାରରେ ସମ୍ପୃକ୍ତ ଅଛନ୍ତି ।  ସେପଟେ ଜଳେଶ୍ୱର ଅଞ୍ଚଳରୁ ବ୍ରାଉନସୁଗାର ଆସିଥିବାବେଳେ ସେସବୁ ଜଗତସିଂହପୁର, ପୁରୀ, କେନ୍ଦ୍ରାପଡା ଆଦି ଜିଲ୍ଲାକୁ ଚାଲାଣ ହେବାର ଯୋଜନା ହୋଇଥିଲା । ହେଲେ ବିଶେଷ ସୂତ୍ରରୁ ଖବର ପାଇଁ ଚାଲାଣ ହେବା ପୂର୍ବରୁ ପୋଲିସ ତାକୁ ଜବତ କରିଛି । ଏହି ବ୍ରାଉନସୁଗାର କାରବାରରେ ଆଉ କେଉଁମାନଙ୍କର ସମ୍ପୃକ୍ତି ରହିଛି, କେବେଠାରୁ ଏହି କାରବାର ଚାଲିଥିଲା, କେଉଁ ରାଜ୍ୟକୁ ଆଉ ଚାସାଣ ହେଉଛି ସେନେଇ ଅଧିକ ଛାନଭିନ ଜାରି ରଖିଛି ପୋଲିସ । 

Leave A Reply

Your email address will not be published.