ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣାର ଆଉ ଏକ ଚିତ୍ର

ଢେଙ୍କାନାଳ, ଅଗଷ୍ଟ ୯ : ଗୋଟିଏ ପରେ ରାଜ୍ୟ ସରକାର ରାଜ୍ୟରେ ବିକାଶ ଓ ଉନ୍ନତିର ଗାଥା କାଇ ନିଜେ ନିଜକୁ ସାବାସୀ ଦେଉଛନ୍ତି ଅନ୍ୟପଟେ ରାଜ୍ୟରେ ପ୍ରତିଦିନ ସ୍ୱାସ୍ଥ୍ୟ ସେବା ଓ ବିକାଶର ଉତ୍କଟ ଚିତ୍ର ସାମ୍ନାକୁ ଆସୁଛି । ବର୍ତ୍ତମାନ ପୁଣି ସାମ୍ନାକୁ ଆସିଛି ଜନନୀ ଯନ୍ତ୍ରଣାର ଆଉ ଏକ ଚିତ୍ର । ଏ ଦୃଶ୍ୟ ପୁଣି କେଉଁ ଉପାନ୍ତ ଅଞ୍ଚଳର ନୁହେଁ ପ୍ରମୁଖ ଜିଲ୍ଲା ମାନଙ୍କ ମଧ୍ୟରେ ଗଣନା କରାଯାଉଥିବା ଢେଙ୍କାନାଳ ଜିଲ୍ଲାର ।ଗାଁ କୁ ପକ୍କା ରାସ୍ତା ନଥିବାରୁ ପହଞ୍ଚିପାରିଲାନି ଆମ୍ବୁଲାନ୍ସ । ଯାହା ଫଳରେ ଉଛୁଳା ପାଣି ମଧ୍ୟରେ ଭରା ନଦୀ ଦେଇ ଦୀର୍ଘ ୨ କିମି ରାସ୍ତା ପର୍ଯ୍ୟନ୍ତ ଭାରରେ ବୁହା ହେଲେ ଗର୍ଭବତୀ ମହିଳା । ସୂଚନା ଅନୁସାରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍ ରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ । ଗ୍ରାମର ଡୁମୁନୀ ହେମ୍ରମ୍ ନାମକ ଜଣେ ଗର୍ଭବତୀ ମହିଳାଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ହସ୍ପିଟାଲ ନେବା ପାଇଁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ମାତ୍ର ରାସ୍ତା ନଥିବାରୁ ଗର୍ଭବତୀ ମହିଳାଙ୍କୁ ଭାରରେ ବୁହା ହେବାର ଯନ୍ତ୍ରଣା ସହ୍ୟ କରିବାକୁ ପଡିଥିଲା ।

Leave A Reply

Your email address will not be published.