ଭିଜିଲାନ୍ସ ପଞ୍ଝାରେ ସମବାୟ ସମିତି ସମ୍ପାଦକ

ବରଗଡ, ଅଗଷ୍ଟ ୦୯ : ଭିଜିଲାନ୍ସ ପଞ୍ଝାରେ ସମବାୟ ସମିତି ସମ୍ପାଦକ । ବରଗଡ ଜିଲ୍ଳା ଗାଈସିଲେଟ ବ୍ଲକ ସମବାୟ ସମିତି ସମ୍ପାଦକ ଘନଶ୍ୟାମ ସାହୁ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଏନେଇ ତାଙ୍କ ଅଫିସ ଓ ବାସଭବନରେ ଏକାକାଳୀନ ଚଢଉ ଚାଲିଛି ।  ସୂଚନା ଅନୁସାରେ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗାଈସିଲେ ବ୍ଲକ ସମବାୟ ସମିତି ସମ୍ପାଦକଙ୍କ ଘରେ ରେଡ୍ ଜାରି ରହିଛି । ଏହି ରେଡ୍‌ରେ ବର୍ତ୍ତମାନ ସୁଦ୍ଧା ୩ଟି ଜମି, ଗୋଟିଏ ସ୍କର୍ପିଓ, ଗୋଟିଏ ବାଇକ୍‌, ସୁନାଗହଣା ସହ ନଗଦ ୧ ଲକ୍ଷ ୬୮ ହଜାର ଟଙ୍କା ଜବତ ହୋଇଛି ।  

Leave A Reply

Your email address will not be published.