ଆସୁଛି ପୁଣି ଏକ ଲଘୁଚାପ

ଭୁୁବନେଶ୍ୱର, ଅଗଷ୍ଟ ୦୯: ଆସନ୍ତା ୩-୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ବର୍ଷା ହେବାର ସମ୍ଭାବନା ନାହିଁ । ୧୧ ଓ ୧୨ ତାରିଖ ବେଳକୁ ଟ୍ରପଲାଇନ୍ ପ୍ରଭାବରେ ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ ଉତ୍ତର ଓ ଉପକୂଳ ଓଡିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୧୬ ତାରିଖରୁ ଲଘୁଚାପ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । 

gpkandhamal

ଆସନ୍ତା ୧୪ ତାରିଖରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଉ୍‌ତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ମାତ୍ର ଏହାର ରୂପରେଖ ନେଇ ମଡେଲଗୁଡିକ ଭିତରେ ସହମତି ନାହିଁ । କିଛି ମଡେଲ୍ ଅନୁସାରେ ଏହା ୧୬ ତାରିଖ ବେଳକୁ ସଂଗଠିତ ହେବ । ଏହା ପୁରୀରୁ ଗୋପାଳପୁର ଭିତରେ ଅବସ୍ତଇତ ରହିବ । ୧୬ ତାରିଖ ସୁଦ୍ଧା ଲଘୁଚାପରେ ପରିଣତ ହୋଇ ଆନ୍ଧ୍ର ଓ ତେଲେଙ୍ଗାନା ଆଡକୁ ଯିବ । ଏନେଇ ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି । ଏହି ଲଘୁଚାପ ପ୍ରଭାବରେ ଓଡିଶାରେ କମ୍ ବର୍ଷା ହେବ ଏବଂ ଆନ୍ଧ୍ରରେ ପ୍ରବଳ ବର୍ଷା ହେବ ବୋଲି ସେ ଅନୁମାନ କରିଛନ୍ତି । 

Umasankar Adv

ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦର ସାହୁ ପୂର୍ବାନୁମାନ କରିଚନ୍ତି ଯେ, ୧୦ରୁ ୧୨ ତାରିଖ ମଧ୍ୟରେ ଟ୍ରପ ଲାଇନ୍ ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ୧୬ରୁ ଲଘୁଚାପ ହେବ ବୋଲି ସେ ଆକଳନ କରିଛନ୍ତି । ସେପଟେ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ପୂର୍ବାନୁମାନ କରିଛନ୍ତି ଯେ, ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ ବିଶେଷ ବର୍ଷା ହେବାର ସମ୍ଭାବନା ନାହିଁ । 

Leave A Reply

Your email address will not be published.