ବିଶ୍ୱବ୍ୟାପୀ କରୋନାରେ ୨୦.୪୦ କୋଟି ଲୋକ ଆକ୍ରାନ୍ତ

ନୂଆଦିଲ୍ଲୀ, ଅଗଷ୍ଟ ୧୦ : କରୋନା ଭାଇରସ ସଂକ୍ରମଣ ବିଶ୍ୱବାସୀଙ୍କ ଚିନ୍ତା ବଢ଼ାଇଛି । ବିକଶିତ ରାଷ୍ଟ୍ର ଯଥା ଆମେରିକା, ବ୍ରିଟେନ, ଜର୍ମାୀ, ରୁଷିଆ ଆଦି ମଧ୍ୟ କରୋନାକୁ ଜୟ କରିପାରି ନାହାନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ୱରେ ୫ ଲକ୍ଷ ୧୫ ହଜାର ୧୦୩ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୭ ହଜାର ୯୦୦ ଜଣ ଲୋକଙ୍କର ମୃତ୍ୟୁ ଘଟିଛି । ବିଶ୍ୱରେ ଆଜି ପର୍ଯ୍ୟନ୍ତ ୨୦ କୋଟି ୪- ଲକ୍ଷ ୮୫ ହଜାର ୯୬୧ ଜଣ ଲୋକ କରୋନା ଭାଇରସରେ ସଂକ୍ରମିତ ହୋଇସାରିଥିବା ବେଳେ ୪୩ ଲକ୍ଷ ୧୫ ହଜାର ୪୩୯ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୧୮ କୋଟି ୩୨ ଲକ୍ଷ ୬୯ ହଜାର ୮୭୦ ଜଣ ସୁସ୍ଥ ହୋଇଥିବା ବେଳେ ୧ କୋଟି ୬୫ ଲକ୍ଷ ୬୫୨ ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ୯୯ହଜାର ୮୨ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି । ଏହାରି ମଧ୍ୟରେ ଆମେରିକାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୬୭ ଲକ୍ଷ ୬୮ ହଜାର ୧୭କୁ ବୃଦ୍ଧି ପାଇଛି । ଦେଶରେ ୬ ଲକ୍ଷ ୩୩ ହଜାର ୭୮୧ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୨ କୋଟି ୯୯ ଲକ୍ଷ ୧୭ ହଜାର ୭୦୭ ଲୋକ ସୁସ୍ଥ ହୋଇଥିବା ବେଳେ ୬୨ ଲକ୍ଷ ୧୭ ହଜାର ୧୬୧ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୧୬ ହଜାର ୫୫ ଜଣ ଗୁରୁତର ଅଛନ୍ତି ।

Leave A Reply

Your email address will not be published.