ବିଶ୍ୱବ୍ୟାପୀ କରୋନା ଭାଇରସ ଅନିୟନ୍ତ୍ରିତ: ୨୦.୫୪ କୋଟି ସଂକ୍ରମିତ
ନୂଆଦିଲ୍ଲୀ, ଅଗଷ୍ଟ ୧୨ : କରୋନା ଭାଇରସ ସଂକ୍ରମଣ ପୁଣିଥରେ ଅନିୟନ୍ତ୍ରିତ ହୋଇଯାଇଛି । ବିଶ୍ୱବ୍ୟାପୀ ୨୦ କୋଟି ୫୪ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧ ଲକ୍ଷରୁ ଅଧିକ ରୋଗୀ ଗୁରୁତର ଅଛନ୍ତି । ଫଳରେ ବିଶ୍ୱବାସୀଙ୍କ ଚିନ୍ତା ବଢ଼ାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ୱରେ ୬ ଲକ୍ଷ ୬୧ ହଜାର ୬୪୬ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୦ ହଜାର ୯ ଜଣ ଲୋକଙ୍କର ମୃତ୍ୟୁ ଘଟିଛି । ବିଶ୍ୱରେ ଆଜି ପର୍ଯ୍ୟନ୍ତ ୨୦ କୋଟି ୪୪ ଲକ୍ଷ ୧୧ ହଜାର ୬୨୩ ଜଣ ଲୋକ କରୋନା ଭାଇରସରେ ସଂକ୍ରମିତ ହୋଇସାରିଥିବା ବେଳେ ୪୩ ଲକ୍ଷ ୩୬ ହଜାର ୪୩୦ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୧୮ କୋଟି ୪୪ ଲକ୍ଷ ୨୫ ହଜାର ୨୩୭ ଜଣ ସୁସ୍ଥ ହୋଇଥିବା ବେଳେ ୧ କୋଟି ୬୬ ଲକ୍ଷ ୪୯ ହଜାର ୯୫୬ ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ୧ ଲକ୍ଷ ୧ ହଜାର ୮୩୦ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି ।ଆମେରିକାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୭୦ ଲକ୍ଷ ୧୬ ହଜାର ୪୯୪କୁ ବୃଦ୍ଧି ପାଇଛି । ଦେଶରେ ୬ ଲକ୍ଷ ୩୫ ହଜାର ୫୫୦ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୨ କୋଟି ୯୯ ଲକ୍ଷ ୯୯ ହଜାର ୬୮୭ ଲୋକ ସୁସ୍ଥ ହୋଇଥିବା ବେଳେ ୬୩ ଲକ୍ଷ ୮୧ ହଜାର ୨୫୭ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୧୬ ହଜାର ୮୭୩ ଜଣ ଗୁରୁତର ଅଛନ୍ତି ।