ବେଆଇନ ଗୁଟଖା କାରବାର କରୁଥିବା ଅଭିଯୋଗରେ ଗୋଦାମରେ ପୋଲିସର ଚଢ଼ାଉ

ବ୍ରହ୍ମପୁର, ଅଗଷ୍ଟ ୧୨ ବ୍ରହ୍ମପୁର ଅଞ୍ଚଳରେ ଥିବା ଏକ ଗୁଟଖା ଗୋଦାମରେ ପୋଲିସର ଚଢ଼ାଉ । ଚଢ଼ାଉ ବେଳେ ଜବତ ହୋଇଛି ବିପୁଳ ପରିମାଣର ଗୁଟଖା । ବେଆଇନ ଗୁଟଖା କାରବାର କରୁଥିବା ଅଭିଯୋଗରେ ଗୋଦାମ ମାଲିକ ପଙ୍କଜ ଚୌଧୁରୀଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ପୋଲିସ ସୂଚନା ଅନୁସାରେ, ପଙ୍କଜ ପୁରୁଣା ବ୍ରହ୍ମପୁରରେ ଗୁଟଖା ଗୋଦାମ ସହ ବିକ୍ରି କରୁଥିବା ନେଇ ବଡ଼ବଜାର ଥାନା ସହକାରୀ ଆରକ୍ଷୀ ନୀରିକ୍ଷକଙ୍କ ନିକଟରେ ଖବର ପହଞ୍ଚିଥିଲା । ପରେ ବଡବଜାର ଥାନାର ଏକ ପୋଲିସ ଟିମ ପଙ୍କଜଙ୍କ ଗୋଦାମରେ ଚଢାଉ କରିଥିଲା । ଚଢ଼ାଉ ବେଳେ ଗୋଦାମରୁ ଶତାଧିକ କାର୍ଟୁନ ଓ ବ୍ୟାଗ ତଥା ବସ୍ତାରେ ବିଭିନ୍ନ କମ୍ପାନୀର ଗୁଟଖା ଜବତ କରାଯାଇଛି । ଗୁଟଖା ମହଜୁଦ ରଖିବା ତଥା ବିକ୍ରି କରିବାକୁ ପଙ୍କଜ କୌଣସି ପଞ୍ଜିକରଣ କରିନଥିବା ପୋଲିସ ଜାଣିବାକୁ ପାଇଛି । ଏନେଇ ବଡ଼ବଜାର ଥାନାରେ ୧୬୧/୨୧ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ପୋଲିସ ।

Leave A Reply

Your email address will not be published.