ଆଜିଠୁ ଭାରତ-ଇଂଲଣ୍ଡ ୨ୟ ଟେଷ୍ଟ

ଲଣ୍ଡନ, ଅଗଷ୍ଟ ୧୧ : ଭାରତ ଓ ଇଂଲଣ୍ଡ ମଧ୍ୟରେ ଆଜିଠାରୁ ୨ୟ ଟେଷ୍ଟ ମ୍ୟାଚ ଖେଳାଯିବ । ଲଡର୍ସର ଐତିହାସିକ ପଡ଼ିଆରେ ଭାରତୀୟ ସମୟ ଅନୁସାରେ ଅପରାହ୍ନ ସାଢ଼େ ୩ଟାରେ ଏହି ମୁକାବିଲା ହେବ । ନଟିଂହାମ୍‌ରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ବର୍ଷା ଯୋଗୁଁ ମ୍ୟାଚ ଡ୍ର ହୋଇଥିଲା । ୫ ମ୍ୟାଚ୍‌ର ଟେଷ୍ଟ ଏବେ ୦-୦ସ୍ଥିତିରେ ରହିଛି । ବିରାଟ କୋହଲିଙ୍କ ନେତୃତ୍ୱରେ ଖେଳୁଥିବା ଭାରତୀୟ ଟିମ ଲଡର୍ସରେ ଖେଳାଯିବାକୁ ଥିବା ୨ୟ ଟେଷ୍ଟ ମ୍ୟାଚ୍ ଜତି ଶୃଙ୍ଖଳାକୁ ୧-୦ରେ କରିବାକୁ ଚାହିଁବ ।  ଅନ୍ୟପଟରେ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଭାରତ ପାଇଁ ସତର୍କ ଘଣ୍ଟି ବାଜିଛି । କାରଣ ଇଂଲଣ୍ଡ ନିଜ ଟିମରେ ଅଫ ସ୍ପିନର ମୋଇନ ଅଲୀଙ୍କୁ ସାମିଲ କରିଛି । ଟିମ୍ ଇଣ୍ଡିଆର ବଡ଼ ଶତ୍ରୁ ହେଉଛନ୍ତି ମୋଇନ ଅଲି । ତାଙ୍କର ଯାଦୁଗରୀ ବୋଲିଂରେ ବ୍ୟାଟ୍ସମ୍ୟାନମାନଙ୍କୁ ଚିନ୍ତାରେ ପକାଇ ଦେଇଥାନ୍ତି । ଅନ୍ୟପଟରେ ସେ ବିରାଟ କୋହଲିଙ୍କୁ ୮ ଥର ଆଉଟ କରିଛନ୍ତି । ଫଳରେ ଏଥର ମଧ୍ୟ ସେ କୋହଲିଙ୍କର ଚିନ୍ତା ବଢ଼ାଇପାରନ୍ତି । କୋହଲିଙ୍କୁ ଅନ୍ତର୍ଜାତୀୟ କ୍ରିକେଟରେ ଆଦିଲ ରସିଦ ୯ଥର, ଗ୍ରୀ ସ୍ୱାନ ଓ ମୋଇନ ଅଲି ୮-୮ ଥର ଆଉଟ କରଛନ୍ତି । ଆଡାମ ଜାମ୍ପା ଓ ନାଥନ ଲିୟୋନ ୭ ଥର ଲେଖାଏଁ ଆଉଟ କରିଛନ୍ତି । 

Leave A Reply

Your email address will not be published.