ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମହିଳାଙ୍କ ସମେତ ୨ ଜଣ ପୁରୁଷଙ୍କ ମୃତ୍ୟୁ

ଗଞ୍ଜାମ,ଅଗଷ୍ଟ ୧୩ : ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମହିଳାଙ୍କ ସମେତ ୨ ଜଣ ପୁରୁଷଙ୍କ ମୃତ୍ୟୁ ହୋଇଛି । ଏପରି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ସୁନ୍ଦୁରିଆପଡ଼ା ଗ୍ରାମରେ । ମୃତକମାନେ ହେଲେ ମଙ୍ଗୁଳୁ ଗୌଡ଼ଙ୍କୁ ପତ୍ନୀ ଝୁନୁ ଗୌଡ଼ (୫୦) ଓ ଆଠଗଡ଼ ଗ୍ରାମର ମିସ୍ତ୍ରି ଗୋପାଳ ବେହେରା (୨୭) । ମଙ୍ଗୁଳୁଙ୍କ ଘରେ ଗ୍ରୀଲ ବସାଇବା କାମରେ ଗୋପାଳ ନିୟୋଜିତ ଥିଲେ । ଏହି ସମୟରେ ଗ୍ରୀଲ ଘର ନିକଟରେ ଯାଇଥିବା ଉଚ୍ଚକ୍ଷମତା ସମ୍ପନ୍ନ ବିଦୁ୍ୟତ ତାର ସଂସ୍ପର୍ଶରେ ଆସି ଝୁନୁ ଓ ଗୋପାଳ ଗୁରୁତର ହୋଇଥିଲେ । ଝୁନୁଙ୍କ ରକ୍ଷା କରିବାକୁ ଆସି ଝିଅ ସୁନୀତା ବି ବିଦୁ୍ୟତ ଆଘାତରେ ଗୁରୁତର ହୋଇଥିଲେ । ସମସ୍ତଙ୍କୁ ଆସିକା ଡାକ୍ତରଖାନାକୁ ନିଆଯାଇଥିଲା । ତେବେ ଝୁନୁ ଓ ଗୋପାଳଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଏ ନେଇ କବିସୂର୍ଯ୍ୟନଗର ଥାନାରେ ମାମଲା ରୁଜୁ ସହ ଶବ ବ୍ୟବଚ୍ଛେଦ ପରେ ଉଭୟ ପରିବାରଙ୍କୁ ହସ୍ତାନ୍ତର କରାଯାଇଛି

Leave A Reply

Your email address will not be published.