ବଙ୍ଗୋପସାଗରରେ ଘୁର୍ଣ୍ଣିବଳୟ,ପ୍ରଭାବରେ ୧୫ରୁ ବଢିବ ବର୍ଷା

ଭୁବନେଶ୍ୱର, ଅଗଷ୍ଟ ୧୩ : ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ । ଧୀରେ ଧୀରେ ଏହା ଲଘୁଚାପର ରୂପ ନେବ । ଏହାର ପ୍ରଭାବରେ ଆସନ୍ତା ୧୫ ପରେ ତାରିଖ ପରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏ ନେଇ ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ,  ବଙ୍ଗୋପସାଗରରେ ଲଘୁଚାପ ହେଲେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ । କିନ୍ତୁ ଅଗଷ୍ଟ ମାସରେ ଏପର୍ଯ୍ୟନ୍ତ କୌଣସି ଲଘୁଚାପ ସୃଷ୍ଟି ହୋଇନି । ଫଳରେ ବର୍ଷାର ପରିମାଣ କମ ରହୁଛି ।  ତେବେ ୧୫ରୁ ବର୍ଷାର ପରିମାଣ ବଢିବା ସହ ନିଆଣ୍ଟିଆ ବର୍ଷାର ଅଭାବ ପୂରଣ ହୋଇପାରେ ବୋଲି ସେ ଅନୁମାନ କରିଛନ୍ତି 

Leave A Reply

Your email address will not be published.