ଜମ୍ମୁ କଶ୍ମୀରରେ ବିଜେପି ନେତାଙ୍କ ଘର ଉପରେ ଆକ୍ରମଣ

ଶ୍ରୀନଗର, ଅଗଷ୍ଟ ୧୩ : ଜମ୍ମୁ କଶ୍ମୀରରେ ପୁଣି ଥରେ ଆତଙ୍କବାଦୀ ଆକ୍ରମଣ ଘଟଣା ଘଟିଛି । ରାଜୌରୀରେ ଗୁରୁବାର ରାତିରେ ବିଜେପି ମଣ୍ଡଳ ସଭାପତିଙ୍କ ଘର ଉପରକୁ ଆତଙ୍କବାଦୀମାନେ ଗ୍ରେନେଡ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ୫ ଜଣ ଆହତ ହୋଇଥିବା ବେଳେ ଜଣେ ଶିଶୁର ମୃତ୍ୟୁ ହୋଇଛି । ଜାତୀୟ ଗଣମାଧ୍ୟମ ଏହି ରିପୋର୍ଟ କରିଛି । ଆହତମାନଙ୍କୁ ରାଜୌରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହା ପୂର୍ବରୁ ଗୁରୁବାର କୁଲଗାମର କାଜିଗୁଣ୍ଡ ଅିଂଳରେ ମୀର ବଜାରରେ ବିଏସଏଫ ଶିବିରକୁ ଆତଙ୍କବାଦୀମାନେ ଟାର୍ଗେଟ କରିଥିଲେ । ମାତ୍ର ଏହି ଘଟଣାରେ କାହାରି କିଛି କ୍ଷତି ହୋଇନଥିଲା । ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲ୍ଲାର ମାଲପୋରା ଅଂଚଳରେ ମଧ୍ୟ ଗୁଳିର ଶବ୍ଦ ଶୁଭିଥିଲା ।  କୁଲଗାମ ଜିଲ୍ଲାରେ ବିଏସଏଫର ଗାଡ଼ି ଉପରେ ଗୁଳିମାଡ଼ ହୋଇଥିଲା । ଏହା ପରେ ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା । ଏଥିରେ ୩ ଜଣ ସୁରକ୍ଷାକର୍ମୀ ଆହତ ହୋଇଥିଲେ । ଜଣେ ଅଧିକାରୀ କହିଛନ୍ତି, ବିଏସଏଫ ଗାଡ଼ି ଉପରେ ଯେତେବେଳେ ଆକ୍ରମଣ ହୋଇଥିଲା, ସେହି ସମୟରେ ସେମାନେ ଜମ୍ମୁରୁ ଶ୍ରୀନଗର ଅଭିମୁଖେ ଯାଉଥିଲେ । 

Leave A Reply

Your email address will not be published.