ରାଜ୍ୟରେ ବଢୁଛି କରୋନା ସଂକ୍ରମଣ

ଭୁବନେଶ୍ୱର, ଅଗଷ୍ଟ ୧୩ : ରାଜ୍ୟରେ ଗତ କିଛି ଦିନ ହେବ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ଗତ ୯ ତାରିଖରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୮୮୬ ଥିଲା । ଆଜି ଏହି ସଂଖ୍ୟା ବଢ଼ି ୧୧ ପାର କରିଛି । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୧ଶହ ୯୩ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୬୯୫ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୪୯୮ ।ଖୋର୍ଦ୍ଧା ଜିଲ୍ଲାରେ ୪ଶହ ପାର କରିଛି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ଖୋର୍ଦ୍ଧାରୁ ୪୨୫, କଟକରୁ ୧୬୧, ବାଲେଶ୍ୱରରୁ ୬୯, ଜଗତସିଂହପୁରରୁ ୫୬, ଯାଜପୁରରୁ ୫୦ ପଜିଟିଭ୍ ବାହାରିଛନ୍ତି । ଦୁଇଟି ଜିଲ୍ଲା ସୁବର୍ଣ୍ଣପୁର, କଳାହାଣ୍ଡିରୁ କେହି ନୂଆ ସଂକ୍ରମିତ ହୋଇ ନାହାନ୍ତି । ବାକି ୨୩ ଜିଲ୍ଲାରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ଭିତରେ ରହିଛି ।

Leave A Reply

Your email address will not be published.