ବଢୁଛି ତୃତୀୟ ଲହର ଭୟ, ଭିମସାରରେ ୨ ଶିଶୁ କରୋନା ପଜିଟିଭ୍‌

ବୁର୍ଲା, ଅଗଷ୍ଟ ୧୪ : ରାଜ୍ୟରେ କରୋନା ମହାମାରୀର ଦ୍ୱିତୀୟ ଲହରର ପ୍ରକୋପ କମିନଥିବା ବେଳେ ତୃତୀୟ ଲହରର ଭୟ ବଢିଛି । ତୃତୀୟ ଲହରର ସର୍ବାଧିକ ପ୍ରଭାବ ଛୋଟ ଛୁଆ ତଥା ଶିଶୁ ମାନଙ୍କ ଉପରେ ପଡିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଉଥିବା ବେଳେ ଆଜି ରାଜ୍ୟରେ ଦୁଇ ଶିଶୁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସୂଚନା ଅନୁସାରେ ବୁର୍ଲା ଭିମସାରରେ ଦୁଇ ଶିଶୁ କରୋନା ପଜିଯିଭ୍ ଚିହ୍ନଟ ହୋଇଥିବା ଜଣାପଡିଛି । ଜଣେ ୮ ମାସର ଶିଶୁ ଓ ଅନ୍ୟ ଜଣେ ୫ ବର୍ଷର ଶିଶୁ କରୋନା ଦ୍ୱାରା ଆକ୍ରାନ୍ତ ହୋଇଥିବା ଭିମାସାର ଅଧୀକ୍ଷକ ସୂଚନା ଦେଇଛନ୍ତି । ବର୍ତ୍ତମାନ ଭିମସାରର ସ୍ୱତନ୍ତ୍ର ଚାଇଲ୍ଡ କୋଭିଡ୍ ୱାର୍ଡରେ ଉଭୟଙ୍କ ଚିକିତ୍ସା ଜାରି ରହିଥିବା ବେଳେ ଦୁହେଁ ଆଣ୍ଟିଜେନ୍ ଟେଷ୍ଟରେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।ତୃତୀୟ ଲହରକୁ ନେଇ ରାଜ୍ୟରେ ପୂର୍ବ ପ୍ରସ୍ତୁତି ଜାରି ରହିଥିବା ବେଳେ ଏବେଠାରୁ ଶିଶୁ ମାନଙ୍କ ଉପରେ କରୋନାର ଏଭଳି କୋପ ସାଧାରଣ ଲୋକଙ୍କ ମନରେ ଛନକା ସୃଷ୍ଟି କରିଛି । ଏହାପରେ ରାଜ୍ୟରେ ଏବେ ତୃତୀୟ ଲହରର ଭୟ ଦ୍ୱିଗୁଣିତ ହୋଇଛି ।

Leave A Reply

Your email address will not be published.