ରାଜ୍ୟରେ କରୋନା ମୃତ୍ୟୁରେ ବ୍ରେକ୍ ଲାଗୁନାହିଁ

ଭୁବନେଶ୍ୱର, ଅଗଷ୍ଟ ୧୪ : ରାଜ୍ୟରେ କରୋନା ମୃତ୍ୟୁରେ ବ୍ରେକ୍ ଲାଗୁନାହିଁ । ଦୈନିକ ସଂକ୍ରମଣ ହାର ସାମାନ୍ୟ ହ୍ରାସ ପାଇଥିବା ବେଳେ ମୃତ୍ୟୁ ସଂଖ୍ୟାକୁ ନେଇ ଚିନ୍ତା ବଢିଛି । ଆଜି ପୁଣି କରୋନାରେ ପ୍ରାଣ ହରାଇଥିବା ୬୬ ଜଣଙ୍କ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର । କଟକରୁ ୧୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଥିବା ବେଳେ ନୟାଗଡ଼ରୁ ୧୨, କେନ୍ଦ୍ରାପଡାରୁ ୯, ଅନୁଗୋଳରୁ ୫, ନବରଙ୍ଗପୁରରୁ ୪ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେହିଭଳି ଯାଯପୁର, ଖୋର୍ଦ୍ଧା ଓ ସମ୍ବଲପୁରରୁ ୩ ଜଣ ଲେଖାଏଁଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ବାଲେଶ୍ୱର, ବରଗଡ଼, ବଲାଙ୍ଗିର, ଜଗତସିଂହପୁର ଓ ପୁରୀରୁ ମଧ୍ୟ ୨ ଜଣ ଲେଖାଏଁଙ୍କ ମୃତ୍ୟୁ ହୋଇଛି । କୋରାପୁଟ, ମୟୂରଭଞ୍ଜରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ଜୀବନ ନେଇଛି ମହାମାରୀ । ଆଜିର ୬୬ ଜଣଙ୍କ ମୃତକଙ୍କୁ ମିଶାଇ ରାଜ୍ୟରେ କରୋନା ଜନୀତ ମୃତ୍ୟୁ ସଂଖ୍ୟା ୬୮୨୩ କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.