ଶ୍ୱଶୁରଙ୍କୁ ଟାଙ୍ଗିଆରେ ହାଣି ଅତି ନିର୍ମମ ଭାବେ ହତ୍ୟା କଲା ବୋହୂ

ଯାଜପୁର ,ଅଗଷ୍ଟ ୧୭ : ଶ୍ୱଶୁରଙ୍କୁ ଟାଙ୍ଗିଆରେ ହାଣି ଅତି ନିର୍ମମ ଭାବେ ହତ୍ୟା କଲା ବୋହୂ। ଏପରି ଘଟଣା ଘଟିଛି ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ରଣପାଳ ଗ୍ରାମରେ । ଗତକାଲି ରାତିରେ ଶ୍ୱଶୁର ପବନା ହାତୀ ନିଜ ଘର ବାରଣ୍ଡାରେ ବସିଥିବା ସମୟରେ ବୋହୂ ଏକ ଟାଙ୍ଗିଆରେ ତାଙ୍କ ବେକକୁ ପଛପଟୁ ହାଣିଥିଲେ ଯାହା ପୋଲିସ୍ ପାଖରେ ଅଭିଯୋଗ ହୋଇଛି ଫଳରେ ଘଟଣାସ୍ଥଳରେ ହିଁ ଶ୍ୱଶୁରଙ୍କ ମୃତ୍ୟ ହୋଇଯାଇଛି । ସୁଚନା ଅନୁସାରେ ଏପରି ଘଟଣା ଘଟାଇବା ପରେ ବୋହୂ ରୂପା ହାତୀ ଫେରାର ହୋଇଯାଇଛି। ପରେ ଗ୍ରାମବାସୀଙ୍କ ଅଭିଯୋଗ କ୍ରମେ ଘଟଣାସ୍ଥଳରେ ପୋଲିସ୍ ଏବଂ ସାଇଣ୍ଟିଫିକ୍ ଟିମ୍ ତଦନ୍ତ ପାଇଁ ପହଞ୍ଚିଛି। ଅଭିଯୋଗ କ୍ରମେ କିଛିଦିନ ତଳେ କୌଣସି କଥାକୁ କେନ୍ଦ୍ର କରି ଶ୍ବଶୁର ଓ ବୋହୂ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ଯାହାକୁ ନେଇ ରୂପା ନିଜ ବାପଘରକୁ ଚାଲିଯିବା ପାଇଁ ବାହାରିଥିବା ବେଳେ ତାଙ୍କ ସ୍ୱାମୀ ତାଙ୍କୁ ଅଟକାଇଥିଲେ ପରେ ଅତ୍ୟନ୍ତ ରାଗି ଯାଇ ଶ୍ୱଶୁରଙ୍କୁ ଟାଙ୍ଗିଆରେ ହାଣି ଅତି ନିର୍ମମ ଭାବେ ହତ୍ୟା କରିଥିଲେ ।

Leave A Reply

Your email address will not be published.