ଏସିଏଫ୍ ସୌମ୍ୟଙ୍କ ମୃତ୍ୟୁରେ ଚିକିତ୍ସା କରିଥିବା ଡାକ୍ତର ଓ କିଛି ସ୍ବାସ୍ଥ୍ୟକର୍ମୀଙ୍କୁ ଜେରା କରୁଛି କ୍ରାଇମବ୍ରାଞ୍ଚ ଟିମ୍‌

ଗଜପତି , ଅଗଷ୍ଟ ୧୮ : ଏସିଏଫ୍ ସୌମ୍ୟଙ୍କ ମୃତ୍ୟୁକୁ ଦୀର୍ଘଦିନ ହୋଇଯାଇଥିଲେ ମଧ୍ୟ ପୋଲିସ୍ ବର୍ତ୍ତମାନ ସୁଦ୍ଧା ସଠିକ୍ ଦୋଷୀ ପାଖରେ ପହଂଚି ପାରିନାହିଁ । ଯାହାକୁ ନେଇ ତଦନ୍ତର ମୋଡ଼ ଭିନ୍ନ ଭିନ୍ନ ଆଡ଼େ ଗତି କରୁଛି । ଠିକ୍ ଏହି ସମୟରେ ଏହି ମାମଲାକୁ ହାତକୁ ନେଇଛି କ୍ରାଇମବ୍ରାଞ୍ଚ ଟିମ୍ । ଚାରିଦିନ ହେବ ରୋଷେୟା ,୨ ଏସିଏଫ୍‌ଙ୍କୁ ଓ ଆଉ କିଛି ଲୋକଙ୍କୁ ଜେରା କରି ତଦନ୍ତ କରୁଥିବା ବେଳେ ଆଜି ପଚଂମ ଦିନରେ ସୌମ୍ୟଙ୍କୁ ଚିକିତ୍ସା କରିଥିବା ଡାକ୍ତର ଓ କିଛି ସ୍ବାସ୍ଥ୍ୟକର୍ମୀଙ୍କୁ ଜେରା କରୁଛି କ୍ରାଇମବ୍ରାଞ୍ଚ ଟିମ୍ । କାଲି ମଧ୍ୟ ରୋଷେୟା ଏକ ଗୁରୁତ୍ୱପୁର୍ଣ୍ଣ ବୟାନ୍ ଦେଇଥିଲା । ଯେଉଁଥିରେ ସେ କହିଥିଲା ସେ ସୌମ୍ୟଙ୍କ ମୃତ୍ୟୁ ଦିନ ଜିଲ୍ଲାପାଳ ସେଠାରେ ଉପସ୍ଥିତ ଥିଲେ । ପରେ ଯାହା ସୁଚନା ମିଳୁଛି ଡ଼ିଏଫଓ ଓ ବିଦ୍ୟାଭରତୀଙ୍କୁ ପୁଣି ଥରେ ଏହି ଘଟଣା ଉପରେ ଜେରା କରିପାରେ କ୍ରାଇମବ୍ରାଞ୍ଚ ।

Leave A Reply

Your email address will not be published.