୨୦୨୭ ମସିହାରେ ଭାରତର ପ୍ରଥମ ମହିଳା ପ୍ରଧାନ ବିଚାରପତି ହେବାକୁ ଯାଉଛନ୍ତି ଜଷ୍ଟିସ୍ ବି.ଭି ନାଗରତ୍ନା

ନୂଆଦିଲ୍ଲୀ, ଅଗଷ୍ଟ ୧୮ : ୨୦୨୭ ମସିହାରେ ଭାରତର ପ୍ରଥମ ମହିଳା ପ୍ରଧାନ ବିଚାରପତି ହେବାକୁ ଯାଉଛନ୍ତି ଜଷ୍ଟିସ୍ ବି.ଭି ନାଗରତ୍ନା । ପ୍ରଧାନ ବିଚାରପତି ଏନ.ଭି ରାମନାଙ୍କ ନେତୃତ୍ୱରେ ସୁପ୍ରିମକୋର୍ଟ କଲେଜିୟମ ନଅ ଜଣ ବିଚାରପତିଙ୍କ ନାମକୁ ସର୍ବୋଚ୍ଚ ନ୍ୟାୟାଳୟକୁ ସୁପାରିଶ କରିଛନ୍ତି।  ବର୍ତ୍ତମାନ କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ଥିବା ଜଷ୍ଟିସ୍ ବି.ଭି ନାଗରତ୍ନାଙ୍କୁ ମଧ୍ୟ କଲେଜିୟମ୍ ସୁପାରିଶ କରିଛି। ଫେବୃଆରୀ ୨୦୦୮ରେ କର୍ଣ୍ଣାଟକର ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବରେ ଏବଂ ପ୍ରାୟ ଦୁଇ ବର୍ଷ ପରେ ସ୍ଥାୟୀ ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ। ସେ ଏକ ମାସର କାର୍ଯ୍ୟକାଳ ହେବାର ସମ୍ଭାବନା ଅଛି । ତାଙ୍କ ନିଯୁକ୍ତି ଦେଶର ନ୍ୟାୟପାଳିକା ପାଇଁ ଏକ ଐତିହାସିକ ମୁହୂର୍ତ୍ତ ହେବ। ଜଷ୍ଟିସ୍ ନାଗରତ୍ନାଙ୍କ ପିତା ଇଏସ୍ ଭେଙ୍କଟାରାମିଆ ୧୯୮୯ରେ ପ୍ରାୟ ଛଅ ମାସ ପାଇଁ ପ୍ରଧାନ ବିଚାରପତି ଥିଲେ। ଯଦି ୟୁନିୟନ୍ ଗର୍ଭନମେଣ୍ଟ ଦ୍ବାରା ଅନୁମୋଦନ ମିଳେ ତେବେ ୨୦୨୭ ମସିହାରେ ବିଭି ନାଗରତ୍ନା ଦେଶର ପ୍ରଥମ ସିଜେଆଇ ହେବ ।

Leave A Reply

Your email address will not be published.