ରାଉରକେଲା ଗସ୍ତ କରିବେ ୫-ଟି ସଚିବ ଓ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର, ଅଗଷ୍ଟ ୧୮ : ଆଜି ରାଉରକେଲା ଗସ୍ତ କରିବେ ୫ ଟି ସଚିବ ଭିକେ ପାଣ୍ଡିଆନ । ଭିକେ ପାଣ୍ଡିଆନଙ୍କ ସହ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିନିଲ କ୍ରୀଷ୍ଣା, ଜାତୀୟ ସ୍ୱାସ୍ଥ୍ୟ ମିଶନ ସଚିବ ସାଳିନୀ ପଣ୍ଡିତ ।  ୨୦୨୩ରେ ରାଉରକେଲାରେ ଖେଳା ହେବାକୁ ଥିବା ପୁରୁଷ ମହିଳା ବିଶ୍ୱ ହକି କପ ପାଇଁ ପ୍ରସ୍ତୁତିର ପରିଦର୍ଶନ କରିବେ । ବିପିୟୁଟି ପରିସରରେ ନିର୍ମାଣଧିନ ବିଶ୍ୱସ୍ତରୀୟ ଦେଶର ସବୁଠାରୁ ବଡ ହକି ଷ୍ଟାଡିୟମ ପରିଦର୍ଶନ କରିବା ସହ ଛେଣ୍ଡରେ ନିର୍ମାଣ ହେବାକୁ ଯାଉଥିବା ସାଇନ୍ସ ପାର୍କ ସହ ପ୍ଲାନିଟୋରିୟମ, ପାନପୋଷ ହକି ଛକରେ ନିର୍ମାଣ କାମ ଶେଷ ହୋଇଥିବା ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ  ପରିଦର୍ଶନ କରିବେ ।  ସେହିପରି ବୀର ବିର୍ଶାମୁଣ୍‌ଜା ଛକରେ ନିର୍ମାଣଧିନ ଅତ୍ୟାଧୁନିକ ସ୍ପୋର୍ଟ କପ୍ଲେକ ପରିଦର୍ଶନ କରିବା ସହ ସ୍ୱାସ୍ଥ୍ୟସେବାର ଯାଞ୍ଚ କରିବେ । ଏହା ସହିତ ରାଉରକେଲା ସରକାରୀ ଡାକ୍ତରଖାନା ପରିଦର୍ଶନ କରି ରୋଗୀଙ୍କ ସହ ସିଧାସଳଖ କଥା ହେବେ ।

Leave A Reply

Your email address will not be published.