ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଧରାପଡ଼ିଲେ ଆଇପିଓ

ପୁରୀ, ଅଗଷ୍ଟ ୧୮:ରାଜ୍ୟରେ ଦିନକୁ ଦିନ ର୍ଦୁନିତୀ ବଢିଚାଲୁଥିବା ବେଳେ ଏହାର ଶିକାର ହେଉଛନ୍ତି ଅତ୍ୟନ୍ତ ଗରିବ ଲୋକମାନେ । ପ୍ରତିଦିନ ବଡ଼ ବଡ଼ ଅଫିସଙ୍କ ଘରେ ଭିଜିଲାନ୍ସ ରେଡ଼୍ କରୁଥିବା ବେଳେ ଜବତ ହେଉଛି ବିପୁଳ ପରିମାଣର ଧନ ସମ୍ପତି ସହ ସୁନା ଗହଣା । ଠିକ୍ ଏହି ପରି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଇପିଓ ଧରାପଡ଼ିଛନ୍ତି ।  ପୁରୀ ଜିଲ୍ଲା ଆଇପିଓ ସୀତାରାମ ସାହୁଙ୍କ ଘରେ ବେଆଇନ୍ ତଥା ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ସ୍ୱତନ୍ତ୍ର ଟିମ୍ ରେଡ୍ କରୁଛି । ଭିଜିଲାନ୍ସ ପକ୍ଷରୁ ଏକାସାଙ୍ଗରେ ପୁରୀ, ଭୁବନେଶ୍ୱର, ନୟାଗଡ଼ର ୫ଟି ସ୍ଥାନରେ ଚଢାଉ ହୋଇଛି । ଏହି ଚଢାଉରେ ୪ ଜଣ ଡିଏସ୍‌ପି, ୫ ଜଣ ଇନସ୍ପେକ୍ଟରଙ୍କ ସହ ୮ ଜଣିଆ ଭିଜିଲାନ୍ସ ଟିମ୍ ସାମିଲ ଅଛନ୍ତି । ବର୍ତ୍ତମାନ ସୁଦ୍ଧା କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି । 

Leave A Reply

Your email address will not be published.