ରୋଷେଇ କରୁଥିବା ସମୟରେ ଗ୍ୟାସ୍ ଟାଙ୍କି ଫାଟି ୭ଗୁରୁତର ଆହାତ

ବାଲୁଙ୍ଗା , ଅଗଷ୍ଟ ୧୯ ବାଲୁଙ୍ଗା ରେ ଘଟିଛି ଅଭାବନୀୟ ଘଟଣା । ରୋଷେଇ କରୁଥିବା ସମୟରେ ଗ୍ୟାସ ଟାଙ୍କି ଫାଟି ପୋଡ଼ିଯାଇ ୭ ଜଣ ଗୁରୁତର ହୋଇପଡ଼ିଛନ୍ତି । ସୁଚନା ଅନୁସାରେ ବାଣପୁର ଥାନା ଗମ୍ଭାରୀମୁଣ୍ଡାରେ ରୋଷେଇ କରୁଥିବା ବେଳେ ହଠାତ୍ କୌଣସି କାରଣୁ ଘରେ ନିଆଁ ଲାଗିଯାଇଥିଲା ଫଳରେ ନିଆଁର ପରିମାଣ ଏତେ ମାତ୍ରାରେ ବଢିଯାଇଥିଲା ଯେ ଏହା ଖୁବ୍ କମ୍ ସମୟରେ ଚାରିଆଡ଼େ ବ୍ୟାପିଯାଇଥିଲା । ଏହି ଘଟଣା ଜାଣିବା ପରେ ପାଖ ପଡ଼ୋଶୀମାନେ ନିଆଁ ଲିଭାଇବାକୁ ଆସିଥିଲେ କିନ୍ତୁ ଏହି ସମୟରେ ଗ୍ୟାସ୍ ଟ୍ୟାଙ୍କିଟି ଫାଟଯାଇଥିଲା ଯାହାଫଳରେ ୭ ଜଣ ପୋଡ଼ି ହୋଇ ଗୁରୁତର ଆହାତ ହୋଇପଡ଼ିଛନ୍ତି । ସଙ୍ଗେ ସଙ୍ଗେ ସେମାନଙ୍କୁ କଟକ ଓ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି । ପରେ ଅଗ୍ନିଶମ କର୍ମଚାରୀ ଆସି ଘଟଣାସ୍ଥଳରେ ନିଆଁକୁ ଆୟତ କରିଥିଲେ ।   

Leave A Reply

Your email address will not be published.