ଜୀବନ ସଂଘର୍ସରେ ହାରିଗଲେ ଯୁବ କଂଗ୍ରେସ ନେତା ସଂଗ୍ରାମ ଜେନା

ଭୁବନେଶ୍ବର, ଅଗଷ୍ଟ ୧୯ ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ ପୁଅ ତଥା ଯୁବ କଂଗ୍ରେସ ନେତା ସଂଗ୍ରାମ ଜେନାଙ୍କର ପରଲୋକ ହୋଇଯାଇଛି। ଏନେଇ ସୁଚନା ଦେଇଛନ୍ତି ତାଙ୍କ ସାନ ଭାଇ ମନୋଜ ଜେନା । କରୋନାରେ ଚିକିତ୍ସିତ ହେଉଥିବାବେଳେ ଆଜି ସକାଳେ ଡାକ୍ତରଖାନାରେ ତାଙ୍କର ପରଲୋକ ଘଟିଛି । ସେ ଗତକିଛି ଦିନ ତଳେ କରୋନାରେ ଗୁରୁତର ହୋଇପଡ଼ିଥିଲେ ଫଳରେ ହାଇଦ୍ରାବାଦରେ ତାଙ୍କୁ ୮୪ ଦିନ ଧରି ଏକମୋ ଚିକିତ୍ସା ଦିଆଯାଉଥିଲା ।  କିନ୍ତୁ ଜୀବନ ସଂଗ୍ରାମରେ ସେ ହାରି ଯାଇଛନ୍ତି ତେଣୁ ଆଜି ତାଙ୍କର ମୃତ୍ୟୁ ହୋଇଛି । ନିର୍ବାଚନ ରାଜନୀତିରେ ସେ ସଫଳ ହୋଇନଥିଲେ ମଧ୍ୟ ରାଜ୍ୟ ରାଜନୀତିରେ ତାଙ୍କର ବେଶ ପତିଆରା ରହିଥିଲା । ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କର ସେ ସୁଯୋଗ୍ୟ ସନ୍ତାନ ଥିଲେ । 

Leave A Reply

Your email address will not be published.