ଓମ୍ ଓ ଦୀପୁ ମୃତ୍ୟୁ ମାମଲାରେ ଧରାପଡ଼ିଲା ଆଉ ଜଣେ ଅଭିଯୁକ୍ତ

କଟକ, ଅଗଷ୍ଟ 23 : ୨୦୧୩ ମସିହା ନଭେମ୍ବର ୧୨ ତାରିଖରେ ଓମ୍ ଓ ଦୀପୁଙ୍କୁ ଅପହରଣ , ହତ୍ୟା ଓ ପରେ ଶବକୁ ପୋଡ଼ିଦେଇଥିବା ଘଟଣାରେ ଫେରାର୍ ହୋଇଯାଇଥିବା ଅନ୍ୟ ଜଣେ ସହଯୋଗୀ ଗିରଫ ହୋଇଛନ୍ତି । ସେ ହେଉଛି ଦିଲୁ ଓରଫ ପ୍ରଦୀପ କୁମାର ସାହୁ।ଦିଲୁ ପାଖରୁ ଗିରଫ ସମୟରେ ଗୋଟିଏ ବନ୍ଧୁକ, ୬ ରାଉଣ୍ଡ ଗୁଳି ଏବଂ ୩ ଟି ମୋବାଇଲ ଫୋନ୍‌ ଜବତ କରାଯାଇଛି।  ଡ଼ି-ବଦର୍ସଙ୍କ ସହ ତାଙ୍କର ସମ୍ପର୍କ ଥିବା ଜଣାପଡ଼ିଛି । ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ତତ୍ୱବଧାନରେ ଏହି ସଫଳତା ମିଳିଛି ଏନେଇ ସେ ପ୍ରେସମିଟ୍ କରି ସୁଚନା ଦେଇଛନ୍ତି । ଏହି ଜଘନ୍ୟ କାଣ୍ଡ ଘଟିଥିଲା ୨୦୧୩ ମସିହା ନଭେମ୍ବର ୧୨ ତାରିଖରେ । ଓମ୍ ଓ ଦୀପୁଙ୍କୁ ଅପହରଣ କରିବା ପରେ ଝାଡଖଣ୍ଡର ଏକ ପୋଲ ନିକଟରୁ ଉଭୟଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଜବତ କରାଯାଇଥିଲା । ଏହି ଘଟଣାରେ ପୋଲିସ୍ ୭ ଜଣଙ୍କୁ ଗିରଫ କରିଥିବା ବେଳେ ଆଉ ୭ ଜଣ ଫେରାର୍ ଥିଲେ ହେଲେ ବତ୍ତମାନ ଆଉ ଜଣେ ଧରାପଡ଼ିଥିବା ସୁଚନା ମିଳିଛି ।

Leave A Reply

Your email address will not be published.