ଲୋକାଯୁକ୍ତଙ୍କ ବିରୋଧରେ ସୁପ୍ରିମ୍‌କୋର୍ଟ ଗଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର, ଅଗଷ୍ଟ 23 : ଲୋକାଯୁକ୍ତଙ୍କ ବିରୋଧରେ ସୁପ୍ରିମ୍‌କୋର୍ଟ ଗଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଲୋକାଯୁକ୍ତଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ ଆବେଦନ ହୋଇଛି କାରଣ ସୁପ୍ରିମକୋର୍ଟରେ ଲୋକାଯୁକ୍ତ ଜାଲ୍ ଡ଼କ୍ୟୁମେଣ୍ଟ ଦେଇଥିବା ଅଭିଯୋଗ ହୋଇଥିିବାରୁ ବିଧାୟକ ସୁପ୍ରିମ୍‌କୋର୍ଟ ଯାଇଛନ୍ତି । ତେବେ ବର୍ତ୍ତମାନ ଯାହା ସୁଚନା ମିଳିଛି ପ୍ରଦୀପଙ୍କ ପକ୍ଷରୁ ଲଢୁଛନ୍ତି ବରିଷ୍ଠ ଆଇନ୍‌ଜୀବୀ ପୀତାମ୍ବର ଆଚାର୍ଯ୍ୟ ।ସୁଚନା ଅନୁସାରେ ଡିସେମ୍ବର ମାସରେ ପ୍ରଦୀପଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ଟାଟା କମ୍ପାନିରେ ଚାକିରି କରାଇଦେବା ନାଁରେ ଠକେଇ ଅଭିଯୋଗରେ ସେ ଗିରଫ ହୋଇଥିଲେ।  ତା ସହିତ ଅପରାଧିକ ଷଡଯନ୍ତ୍ର ନେଇ ମଧ୍ୟ ପ୍ରଦୀପଙ୍କ ବିରୋଧରେ ଅଭିଯୋଗ ଥିଲା । ହେଲେ ତାଙ୍କୁ ସର୍ତ୍ତମୂଳକ ଜାମିନ୍ ମିଳିବା ପରେ ସେ ଝାରପଡ଼ା ଜେଲରୁ ବାହାରିଥିଲେ ।

Leave A Reply

Your email address will not be published.