ଭିତରକନିକାରେ ଆରମ୍ଭ ହେଲା ଦେଶୀୟ ପକ୍ଷୀ ଗଣନା

କେନ୍ଦ୍ରାପଡା, ଅଗଷ୍ଟ ୨୩ : ଭିତରକନିକାରେ ଦେଶୀୟ ପକ୍ଷୀ ଗଣନା ଆରମ୍ଭ । ଆଜିଠାରୁ ଭିତର କନିକାରେ ପକ୍ଷୀ ଗଣନା ଆରମ୍ଭ ହୋଇଛି । ଏହି ଗଣନା କାର୍ଯ୍ୟ ୭ଦିନ ଯାଏ ଚାଲୁ ରହିବ । ଏନେଇ କନିକା ରେଞ୍ଜ ଅଫିସର ମାସ ଦାସ ସୂଚନା ଦେଇଛନ୍ତି ।  ପକ୍ଷୀ ଗଣନା ପାଇଁ ଦୁଇଟି ଟିମ ଗଠନ କରାଯାଇଛି । ପ୍ରତ୍ୟେକ ଟିମରେ ୭ଜଣ ଲେଖାଏଁ ସଦସ୍ୟ ରହିଛନ୍ତି । ତେବେ ବର୍ଷା ଋତୁର ଆଗମନରେ ଦେଶର କୋଣ ଅନୁକୋଣରୁ ଅନେକ ପକ୍ଷୀ ନିଜର ବଂଶ ବିସ୍ତାର କରିବାକୁ ଭିତର କନିକାକୁ ଆସିଥାନ୍ତି ।  ଗେଣ୍ଡାଳିଆ, ରାଣୀ ବଗ, ମାଝିଆ ବାଗ, ଛୋଟ ବଗ, ଖଇରା ବଗ, ଅଞ୍ଜନା ବା ମାଟିଆ ବଗ, ପାଣି କୁଆ, ଅନ୍ଧାରିଆ ବଗ, ଦାଆଁବେଟିଆ, କାପର ଖାଇ ଆଦି ବିଭି୍‌ନ୍ନ ପ୍ରଜାତିର ପକ୍ଷୀ ଭିତର କନିକାକୁ ଆସିବା ସହ ଗଛମାନଙ୍କରେ ବସା ବାନ୍ଧିଥାନ୍ତି ।

Leave A Reply

Your email address will not be published.