ରାଜ୍ୟରେ ସେପ୍ଟେମ୍ବରରେ ଆସିବ ତୃତୀୟ ଲହର

ଭୁୁବନେଶ୍ୱର, ଅଗଷ୍ଟ ୨୩ : ରାଜ୍ୟରେ କରୋନା ସଂକ୍ରମଣ ଧିରେ ଧିରେ ହ୍ରାସ ପାଇବାରେ ଲାଗିଛି । ଗତ ୪ ଦିନ ହେଲା ଲଗାତାର ହଜାରେ ତଳେ ରହୁଛି କରୋନା ସଂକ୍ରମଣ । ତେବେ ଏହାରି ଭିତରେ ପୁଣି ଡରାଇଲାଣି କରୋନାର ତୃତୀୟ ଲହର । ସେପ୍ଟେମ୍ବରରେ ତୃତୀୟ ଲହର ଆସିବ ବୋଲି ଆକଳନ କରାଯାଇଛି । ଯଦି ସେପ୍ଟେମ୍ବରରେ ତୃତୀୟ ଲହର ଆସିବା ଆରମ୍ଭ କରେ ତେବେ ଏହା ଅକ୍ଟୋବରରେ ପିକ୍ କରିବ ।  ସେହିପରି କରୋନାର ତୃତୀୟ ଲହରରେ ଶିଶୁମାନେ ବେଶୀ ସଂକ୍ରମିତ ହେବେ ବୋଲି ଆକଳନ କରାଯାଇଛି । ପିକ୍ ପିରିୟଡରେ ଶିଶୁମାନଙ୍କ ହସ୍ପିଟାଲାଇଜେସନ ପ୍ରତିଶତ ୧୦୦ ଜଣଙ୍କ ମଧ୍ୟରେ ୨୩ ଜଣ ରହିବେ ବୋଲି ଆକଳନ କରାଯାଇଛି । ମାତ୍ର ବର୍ତ୍ତମାନ ରାଜ୍ୟରେ ହସ୍ପିଟାଲାଇଜେସନ ଅଧିକ ନାହିଁ ।  ସେପଟେ ବର୍ତ୍ତମାନ ରାଜ୍ୟରେ ୧୨ରୁ ୧୩ ପ୍ରତିଶତ ଶିଶୁମାନଙ୍କ ସଂକ୍ରମଣ ହାର ରହିଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ସେ ଆହୁରୀ ମଧ୍ୟ କହିଛନ୍ତି ଦ୍ୱିତୀୟ ଲହର ୬୪ ଦିନରେ ପିକ୍ ନେଇଥିଲା । ତେବେ ତୃତୀୟ ଲହର ଆସିଲେ ତାହାର ପିକ ପିରିୟଡ ପାଇଁ ଆମକୁ ଅପେକ୍ଷା କରିବାକୁ ପଡିବ । ଶିଶୁମାନଙ୍କ ପାଇ ରାଜ୍ୟରେ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି ।  ରାଜ୍ୟର ସବୁ କୋଭିଡ ହସ୍ପିଟାଲରେ ଶିଶୁମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି ଉପରେ ନଜର  ରଖାଯାଇଛି । ଶିଶୁମାନଙ୍କର ଏବେ ସିଭିୟରିଟି ବେଶୀ ନାହିଁ । ମାତ୍ର ଆମେ ଏହାକୁ କୋହଳ ଭାବେ ନେବା ଉଚିତ ନୁହେଁ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । 

Leave A Reply

Your email address will not be published.