ଫୁଲବାଣୀ ଉପଜିଲ୍ଲାପାଳ ଭାବେ ଦାଇତ୍ୱ ଗ୍ରହଣ କଲେ ଶେଷଦେବ ମିଶ୍ର

ଓଡିଶା ସମାଚାର ବିୟୁରୋ :ଆଜି ଫୁଲବାଣୀ ଉପଜିଲ୍ଲାପାଳ ଭାବେ ଦାଇତ୍ୱ ଗ୍ରହଣ କରିଛନ୍ତି ଶେଷଦେବ ମିଶ୍ର। ସେ ଗଜପତି ରେ ସହକାରୀ ଉପଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିଲେ। ଫୁଲବଣୀରେ ଦାୟିତ୍ଵ ନେବା ପରେ ଖଜୁରୀପଡ଼ା ବ୍ଲକ, ଫିରିଙ୍ଗିଆ ବ୍ଲକ୍, ଫୁଲବାଣୀ ବ୍ଲକ୍ ର ସମସ୍ତ ଅଧିକାରୀ ମାନେ ପୁଷ୍ପ ଗୁଛ ଦେଇ ସ୍ବାଗତ କରିଛନ୍ତି। ଉପଜିଲ୍ଲାପାଳ ଭାବେ କାର୍ଯ୍ୟ ଆରମ୍ଭ କରିବା ପରେ ସାଧାରଣ ଲୋକଙ୍କ ମଙ୍ଗଳ ପାଇଁ ସରକାର ଙ୍କ ଯାହା ସବୁ ଯୋଜନା ରହିଛି ଠିକ୍ ଭାବରେ ଗରିବ ଲୋକଙ୍କୁ ମିଳିପାରିବ ଓ ଲୋକମାନେ ତାହାର ଲାଭ ପାଇପାରିବେ ସେ ନେଇ ସେ ଅହରହ ଉଦ୍ୟମ କରିବେ ବୋଲି କହିଛନ୍ତି । ସେ ପୂର୍ବରୁ କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ତହସିଲଦାର ଓ ଖଜୁରୀଡ଼ା ବିଡ଼ିଓ ଭାବେ କାର୍ଯ୍ୟ କରି ବେଶ ପ୍ରଶଂସା ସାଉଣ୍ଟିଛନ୍ତି । ବିଶେଷ କରି ଶ୍ରୀଯୁକ୍ତ ଶେଷଦେବ ମିଶ୍ର ପରାଉପକାରୀ ଏବଂ ଗରିବ ବନ୍ଧୁ ଭାବେ ସମସ୍ତଙ୍କ ମନରେ ସ୍ୱତନ୍ତ୍ର ଜାଗା ସୃଷ୍ଟି କରିପାରିଛନ୍ତି ।

Leave A Reply

Your email address will not be published.