ୟୁକ୍ରେନ୍ ବିମାନ ହାଇଜାକ୍‌, ତାଲିବାନୀ ଷଡଯନ୍ତ୍ର ସନ୍ଦେହ

ନୂଆଦିଲ୍ଲୀ, ଅଗଷ୍ଟ ୨୪ : ଆଫଗାନିସ୍ତାନରେ ତାଲିବାନ୍ ଶାସନ ଫେରିବା ପରେ ଆଫଗାନ୍ ବାସୀ ଓ ଅନ୍ୟ ଦେଶର ଲୋକମାନଙ୍କୁ ସ୍ଥାନାନ୍ତରଣ ପ୍ରକ୍ରିୟା ଜାରି ରହିଛି । ବହୁ ଦେଶ ନିଜ ଦେଶର ନାଗରିକଙ୍କ ସମେତ ଦେଶ ଛାଡୁଥିବା ଆଫଗାନ୍ ବାସୀଙ୍କୁ ଏୟାରଲିଫ୍ଟ କରାଯାଉଛି । ମାତ୍ର ଆଜି କାବୁଲ ଏୟାରପୋର୍ଟରୁ ଆଫଗାନ୍ ବାସୀଙ୍କୁ ଉଦ୍ଧାର କରି ୟୁକ୍ରେନ୍ ର ଏକ ବିମାନ ଉଡାଣ ଭରିବା ପରେ ହାଇଜାକ୍ ହୋଇ ଯାଇଛି । ୟୁକ୍ରେନ୍ ସରକାରଙ୍କ ପକ୍ଷରୁ ଆଫଗାନ୍ ବାସୀଙ୍କୁ ଉଦ୍ଧାର କରାଯାଉଥିବା ବେଳେ ଅପହରଣ ହୋଇଛି ୟୁକ୍ରେନ୍ ବିମାନ । ତେବେ ଏହି ଯାତ୍ରୀବାହୀ ବିମାନ କୁ ଅପହରଣ କରାଯାଇ ଇରାନ୍ ନିଆଯାଇଥିବା ସୂଚନା ମିଳୁଛି । ୟୁକ୍ରେନ୍ ବିମାନ ଅପହରଣ ନେଇ ସୂଚନା ଦେଇଛନ୍ତି ୟୁକ୍ରେନ୍ ଡେପୁଟୀ ବୈଦେଶିକ ମନ୍ତ୍ରୀ । ବିମାନରେ ଯାତ୍ରା କରୁଥିବା କିଛି ଅଚିହ୍ନା ବ୍ୟକ୍ତିଙ୍କ ଦ୍ୱାରା ଏହି ବିମାନ ଅପହରଣ କରାଯାଇଥିବା ସୂଚନା ମିଳିଛି । ତେବେ କାବୁଲ ଏୟାରପୋର୍ଟରୁ ଉଡାଣ ଆରମ୍ଭ କରିବା ପରେ ବିମାନଟି ହଠାତ୍ ଅପହରଣ କରାଯାଇଥିବାରୁ ଏହା ପଛରେ ତାଲିବାନ୍ ସଂଗଠନର ହାତ ରହିଥିବା ସନ୍ଦେହ କରାଯାଉଛି । ତାଲିବାନ୍ ଶାସନ ଆରମ୍ଭ ହେବା ପରେ ଆତଙ୍କବାଦୀ କାର୍ଯ୍ୟକଳାପ ଏବେ ଖୁଲମଖୁଲା ହେବାରେ ଲାଗିଛି । ପୂର୍ବରୁ ଅନେକ ଦେଶକୁ ଡରାଇବାକୁ ଚେଷ୍ଟା କରୁଥିବା ତାଲିବାନ୍ ଏବେ ୟୁକ୍ରେନ୍ କୁ ଡରାଇବା ଆରମ୍ଭ କରିଛି । ସୂଚନା ଅନୂସାରେ ଆଜି ସକାଳେ ୟୁଏଇରୁ ବିମାନଟି ୟୁକ୍ରେନ୍ ଓ ଆଫଗାନ୍ ବାସୀଙ୍କୁ ଉଦ୍ଧାର କରିବା ପାଇଁ କାବୁଲ ଆସିଥିଲା । କାବୁଲରୁ ଉଡାଣ ଆରମ୍ଭ କରିବା ମାତ୍ରେ ହିଁ ବିମାନ ସହିତ ୟୁକ୍ରେନ୍ ର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ଅନ୍ୟପଟେ ବିମାନକୁ ଅପହରଣ କରାଯାଇ ଇରାନ୍ ନିଆଯାଇଥିବା ସନ୍ଦେହ କରାଯାଉଥିବା ବେଳେ ଇରାନ୍ କିନ୍ତୁ ଏହାକୁ ସିଧାସିଧା ଖଣ୍ଡନ କରିଛି ।

Leave A Reply

Your email address will not be published.