ଲିଡ୍‌ସରେ ୧୯ ବର୍ଷ ପରେ ଖେଳିବ ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ, ଅଗଷ୍ଟ ୨୫ : ଆଜିଠାରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ୩ୟ ଟେଷ୍ଟ ମ୍ୟାଚ ଆରମ୍ଭ ହେବ । ଏହି ମ୍ୟାଚ ଲିଡ୍‌ସରେ ଭାରତୀୟ ସମୟ ଅପରାହ୍ନ ସାଢ଼େ ୩ଟାରେ ଖେଳାଯିବ । ବର୍ତ୍ତମାନ ଭାରତ ୫ ମ୍ୟାଚର ଶୃଙ୍ଖଳାରେ ୧-୦ରେ ଅଗ୍ରଣୀ ଅଛି । ଭାରତ ଲଡ୍‌ସରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚରେ ଇଂଲଣ୍ଡକୁ ୧୫୧ ରନ୍‌ରେ ପରାସ୍ତ କରିଥିଲା ।  ଦ୍ୱିତୀୟ ଟେଷ୍ଟରେ ବିଜୟ ହୋଇଥିବାରୁ ବିରାଟ ବାହିନୀ ଉତ୍ସାହିତ ଅଛି । ଭାରତ ଲିଡ୍‌ସରେ ଉତ୍ତମ ପ୍ରଦର୍ଶନ କରିବା ସହିତ ଶୃଙ୍ଖଳାକୁ ୨-୦ କରିବାକୁ ଚାହିଁବ । ଯଦି ଏହି ମ୍ୟାଚରେ ଭାରତ ଜିତିଯାଏ, ଅତିକମରେ ଭାରତ ଶୃଙ୍ଖଳାରେ ଆଉ ହାରିବା ବିପଦ ରହିବ ନାହିଁ । 

Leave A Reply

Your email address will not be published.