ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଧଉଳିଗିରି ଶାନ୍ତିସ୍ତୁପ

ଭୁବନେଶ୍ୱର, ଅଗଷ୍ଟ 26 : କରୋନା କଟକଣା ମଧ୍ୟରେ ବନ୍ଦ ପଡ଼ିଥିବା ପର୍ଯ୍ୟଟକୟ ସ୍ଥଳି ଧଉଳିଶାନ୍ତି ସ୍ତୁପ ଆଜି ସାଧାରଣ ଲୋକଙ୍କ ପାଇଁ ଖୋଲିବାକୁ ଯାଊଛି । ଏନେଇ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଛି ।ଏହି ଖବର ଜାଣିବା ପରେ ପର୍ଯ୍ୟଟକମାନେ ଖୁସି ଜାହିର୍ କରିଛନ୍ତି । ପର୍ଯ୍ୟଟକମାନଙ୍କୁ ଦିନ ୧୦ଟା ପରଠାରୁ ବୁଲିବା ପାଇଁ ଅନୁମତି ଦିଆଯିବ । ସାନିଟାଇଜର, ମାସ୍କ ପିନ୍ଧିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ସେହିପରି ପର‌୍ୟ୍ୟଟକଙ୍କ ସୁରକ୍ଷା ପାଇଁ ପୂର୍ବଭଳି ସୁରକ୍ଷାକର୍ମୀ, ଓ ସ୍ୱେଚ୍ଛାସେବୀମାନଙ୍କୁ ନିଯୁକ୍ତି ଦିଆଯାଇଛି । ସଂଧ୍ୟାରେ ଲାଇଟ ଆଣ୍ଡ ସାଉଣ୍ଡ ସୋର ମଜା ନେବା ସହ ପ୍ରାକୃତକ ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ ପର୍ଯ୍ୟଟକ । ଧଉଳି ଖୋଲାଯିବା ନେଇ ଗତ ୨୩ ତାରିଖଠାରୁ ଅନୁମତି ପତ୍ର ମିଳିସାରିଥିଲା ହେଲେ ସମସ୍ତ ପ୍ରକାର ପ୍ରସ୍ତୁତି ସରିବା ପରେ ଆଜି ଠାରୁ ଖୋଲିବ ଶାନ୍ତିସ୍ତୂପ । 

Leave A Reply

Your email address will not be published.