ସଂକ୍ରମଣରୁ ବର୍ତ୍ତିବାକୁ ହେଲେ ପାର୍ବଣରେ ରହିବାକୁ ହେବ ସତର୍କ

ନୂଆଦିଲ୍ଲୀ, ଅଗଷ୍ଟ ୨୬ : ଆଗକୁ ପାର୍ବଣ ଋତୁ ଆସୁଥିବା ବେଳେ ଦେଶରେ କରୋନା ସଂକ୍ରମଣ ପୁଣି ଥରେ ଆରମ୍ଭ ହୋଇଯାଇଛି । ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୬ ହଜାର ୩୯୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କିନ୍ତୁ ୩୪ ହଜାର ୪୨୦ ଜଣ ସୁସ୍ଥ ହୋଇଛନ୍ତି । କିନ୍ତୁ ୬୦୮ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଦିନକ ପୂର୍ବରୁ ଭାରତରେ ୫୧ ହଜାର ୧୬ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଥିଲେ । ଦେଶରେ ସଂକ୍ରମଣ ବଢ଼ିବାର ମୁଖ୍ୟ କାରଣ ହେଉଛି କେରଳ ଏବଂ ମହାରାଷ୍ଟ୍ର ।  କେରଳରେ ମଙ୍ଗଳବାର ୨୪ ହଜାର ଲୋକ ସଂକ୍ରମିତ ହୋଇଥିଲେ । ବୁଧବାର ଏହା ବଢ଼ି ୩୧ ହଜାର ଅତିକ୍ରମ କରିଛି । ତେବେ କୁହାଯାଉଛି ଯେ, କେରଳରେ କରୋନା ସଂକ୍ରମଣ ବଢ଼ିବାର କାରଣ ଓନାମ ପର୍ବ । ବିଗତ ଦିନରେ ଲୋକେ କେରଳରେ ଓନାମ ପାଳନ କରୁଥିଲେ । ରାଜ୍ୟ ସରକାର କୋଭିଡ-୧୯ ପାଇଁ ଗାଇଡଲାଇନ ଜାରି କରିଥିଲେ, ଲୋକେ ଏହାକୁ ଉଲ୍ଲଂଘନ କରିଥିଲେ । ସେହିଭଳି ମହରମରେ ମଧ୍ୟ ଲୋକେ କୋଭିଡ ଗାଇଡଲାଇନ ପାଳନ କରି ନଥିଲେ । ଲୋକଙ୍କର ଭିଡ଼ ଯୋଗୁଁ ସଂକ୍ରମଣ ବଢ଼ିଥିବା କୁହାଯାଉଛି ।  କେରଳରୁ ଅନ୍ୟ ରାଜ୍ୟକୁ ଲୋକଙ୍କର ଯାତାୟତ ହେଉଥିବାରୁ ଦେଶରେ କରୋନା ବ୍ୟାପିବାର ଆଶଙ୍କା ଦେଖାଯାଇଛି ।  ବିଶେଷଜ୍ଞଙ୍କ କହିବା ଅନୁସାରେ ଆଗାମୀ ଦିନରେ ଗଣେଶ ପୂଜା, ଦଶହରା ଓ ଦିପାବଳୀ ପାଳନ ହେବ । ଲୋକେ ଯଦି କୋଭିଡ ପ୍ରତି ସତର୍କ ନରୁହନ୍ତି ଦେଶରେ କେରଳ ଭଳି ସ୍ଥିତି ଉପୁଜିବ । ଅନ୍ୟପଟରେ କିଛି ରାଜ୍ୟରେ ସ୍କୁଲ ଗୁଡ଼ିକ ଖୋଲାଯାଇଥିବାରୁ ପିଲାମାନେ ଅଧିକ ସଂକ୍ରମିତ ହେବାର ଆଶଙ୍କା ରହୁଛି । ତେଣୁ କରେନାର ୩ୟ ଲହର ଆସିବା ପୂର୍ବରୁ ଲୋକଙ୍କୁ ସତର୍କ ରହିବାର ଅଛି । 

Leave A Reply

Your email address will not be published.