ଦେଶୀ ମଦରେ ବିଦେଶୀ ତଡ଼କା

ବାରିପଦା : ଦେଶୀ ମଦରେ ମିଶୁଛି ବିଦେଶୀ ତଡ଼କା । ଯୁବ ପିଢ଼ିଙ୍କୁ ଆକୃଷ୍ଟ କରିବାକୁ ଏପରି ଚାଲ ଖେଳୁଛନ୍ତି ମଦ ମାଫିଆ । ଦେଶୀ ମଦ ପ୍ରସ୍ତୁତ ପାଇଁ ମହୁଲ ପୋଚରେ ମିଶୁଛି ଦାମୀ ଦାମୀ ଫଳ । ମହୁଲ ପୋଚରେ ସେଓ, ଅଙ୍ଗୁର, ଡାଳିମ୍ବ, ବେଦନା, ପିଜୁଳି ଆଦି ଦାମୀ ଫଳ ସମେତ କାଜୁ, କିସମିସ୍‌  ଆଦି  ମିଶାଇ ମାଫିଆ ପ୍ରସ୍ତୁତ କରୁଛନ୍ତି ମଦ । ମୟୂରଭଞ୍ଜ ଜିଲ୍ଲା ବାରିପଦା ସହର ଉପକଣ୍ଠ କାଞ୍ଚନ ନଗରରେ ଅବକାରୀ ବିଭାଗର ଚଢ଼ାଉ ବେଳେ ଏପରି ଚକିତ କରିବା ପରି ଘଟଣା ସାମ୍ନାକୁ ଆସିଛି । ମୟୂରଭଞ୍ଜ ଜିଲ୍ଲା ବାରିପଦା ସହର ଉପକଣ୍ଠ କାଞ୍ଚନ ନଗରରେ ଅବକାରୀ ବିଭାଗର ଚଢ଼ାଉ ବେଳେ ଏହି ଘଟଣା ସାମ୍ନାକୁ ଆସିଛି ।  ମହୁଲ ପୋଚରେ ଏପରି ଦାମୀ ଫଳ ମିଶି ପ୍ରସ୍ତୁତ ହେଉଥିବା ମଦକୁ ସ୍ପେଶାଲ ବ୍ରାଣ୍ଡ କହି ମୟୂରଭଞ୍ଜରୁ ଝାରଖଣ୍ଡ ଓ ପଶ୍ଚିମବଙ୍ଗକୁ ପଠାଯାଉଥିବା ଚଢାଉ ବେଳ ସୂଚନା ମିଳିଛି ।

Leave A Reply

Your email address will not be published.