ଭିଜିଲାନ୍ସ ଜାଲରେ ପଶୁପାଳନ ବିଭାଗ କନିଷ୍ଠ ସହାୟକ

ସମ୍ବଲପୁର, ଅଗଷ୍ଟ ୨୮ : ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଜଣେ ପୂର୍ବତନ କର୍ମଚାରୀଙ୍କ ବକେୟା ଟଙ୍କା ଫାଇଲ ଆଗକୁ ବଢାଇବା ପାଇଁ ଟିପିଲିମାସ୍ଥିତ ପଶୁପାଳକ ବିଭାଗ ଯୁଗ୍ମ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ କନିଷ୍ଠ ସହାୟକ ନରସିଂହ ଗଡତିଆ ଧରା ପଡିଛନ୍ତି । ସେ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଛି । କନିଷ୍ଠ ସହାୟକଙ୍କ ବରଗଡ ଜିଲ୍ଲା ବାସଭବନରେ ଭିଜିଲାନ୍ସ ପକ୍ଷରୁ ଚଢଉ କରାଯାଇଛି । ତେବେ ସମ୍ବଲପୁର ଭିଜିଲାନ୍ସ ବିଭାଗ ଏକ ମାମଲା ରୁଜୁ କରିଛି । ଏହାସହିତ ତାଙ୍କୁ ଗିରଫ ମଧ୍ୟ କରାଯାଇଛି । ସୂଚନା ଅନୁସାରେ, ପଶୁପାଳନ ବିଭାଗରେ କାମ କରୁଥିବା ଜଣେ ମହିଳା କର୍ମଚାରୀ ଅବସର ଗ୍ରହଣ କରିଥିଲେ । ତେବେ ତାଙ୍କ ଅବସରକାଳୀନ ଟଙ୍କା ଓ ବକେୟା ବର୍ଦ୍ଧିତ ଦରମା ଟଙ୍କା ପାଇବାର ଥିଲା । ଏନେଇ ତାଙ୍କ ପୁଅ ବାରମ୍ବାର ପଶୁପାଳନ ବିଭାଗକୁ ଧାଉଁଥିଲେ କିଛି ସଫଳ ହୋଇନଥିଲା । ତେବେ ଦରମା କରାଇଦେବା ପାଇ ଗଡତିଆ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ।

Leave A Reply

Your email address will not be published.