ତିନି ଦିନ ପାଇଁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ

ପୁରୀ, ଅଗଷ୍ଟ ୨୮ : ଆଜିଠାରୁ ତିନି ଦିନ ପାଇଁ ଶ୍ରୀମନ୍ଦିରକୁ ସାଧାରଣ ବର୍ଶନ ପାଇଁ ବନ୍ଦ କରାଯାଇଛି । ଶନିବାର ଓ ରବିବାର ଦୁଇ ଦିନ ପୁରୀ ଜିଲ୍ଲାରେ ସପ୍ତାହକ ସଟଡାଉନ ରହିଛି । ସେଥିପାଇଁ ସାଧାରଣ ଦର୍ଶନ ବନ୍ଦ ରହିବ । ସେହିପରି ସୋମବାର ଜନ୍ମାଷ୍ଟମୀ ପଡୁଛି । ଫଳରେ ସୋମବାର ବି ଶ୍ରୀମନ୍ଦିରରେ ସାଦାରଣ ଦର୍ଶନ ବନ୍ଦ ରହିବ । ସାଧାରଣତଃ ବିଭିନ୍ନ ପର୍ବପର୍ବାଣୀରେ ଭକ୍ତଙ୍କ ପ୍ରବଳ ଭିଡକୁ ଲକ୍ଷ କରି ସେଦିନ ଶ୍ରୀମନ୍ଦିର ବନ୍ଦ ନିଷ୍ପତ୍ତି ମଧ୍ୟ କରାଯାଇଛି ।  ଏହାସହିତ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କର ପୂଜାନୀତି ଯଥାରିତି ଅନୁସାରେ ଚାଲିବ । ମାତ୍ର ୩ ଦିନ ପାଇଁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ । ସେପଟେ ଗତ ୨୩ ତାରିଖରୁ ପୁରୀରେ ସର୍ବସାଧାରଣଙ୍କ ଦର୍ଶନ ଆରମ୍ଭ ହୋଇଥିଲା । ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ।

Leave A Reply

Your email address will not be published.