ଆଜି ପୁଣି ୭୭୯ ଜଣ ପଜିଟିଭ ଚିହ୍ନଟ

ଭୁବନେଶ୍ୱର, ଅଗଷ୍ଟ 28 : ରାଜ୍ୟରେ କରୋନା ସଂକ୍ରମଣର ହାର ଦିନକୁ ଦିନ ଖସିବା ଟ୍ରେଣ୍ଡ୍‌ ଜାରି ରହିଛି ।୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୭୭୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୪୫୪ ଓ ସ୍ଥାନୀୟ ଅଞ୍ଚଳରୁ ୩୨୫ ଜଣ ଚିହ୍ନଟ ହେବା ସହ ୧୦୫ ଜଣ ୧୮ ବର୍ଷରୁ କମ୍ ବୟସର ପିଲା ସଂକ୍ରମିତ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୫ ହଜାର ୬୫୪ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୯ ଲକ୍ଷ ୮୯ ହଜାର ୮୪୦ ରହିଥିବା ବେଳେ ୭ ହଜାର ୯୯୬ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୫୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.