ଜବତ ହେଲା ୬ କୁଇଣ୍ଟାଲ ଗଞ୍ଜେଇ

ଗଜପତି , ଅଗଷ୍ଟ 28 : ରାଜ୍ୟରେ ଦିନକୁ ଦିନ ଗଞ୍ଜେଇ ମାଫିଆଙ୍କ ଚେର ଲମ୍ବୁଥିବା ବେଳେ ପୋଲିସ୍ କୁ ମିଳିଛି ବଡ଼ ସଫଳତା । ଏକ ମିନି ଟ୍ରକ୍ରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ପୋଲିସ୍ ହାତରେ  ଜବତ ହୋଇଛି ୬ କୁଇଣ୍ଟାଲ ଗଞ୍ଜେଇ । ହେଲେ ଘଟଣାସ୍ଥଳରୁ ମାଫିଆମାନେ ଚମ୍ପଟ ମାରିଛନ୍ତି । ଗଞ୍ଜେଇର ଆନୁମାନିକ ମୂଲ୍ୟ ୪୦ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।ଗଜପତି ଜିଲ୍ଲା ମୋହନା ଓ ଆର ଉଦୟଗିରି ପୋଲିସ ମିଳିତ ଭାବରେ ଏହି ଚଢାଉ କରିଥିଲେ । ଅନ୍ୟ ପକ୍ଷରେ ଆର. ଉଦୟଗିରି ଥାନା ପୋଲିସ କାନକଟା ନାକା ପଇଣ୍ଟରେ ଏକ କାର ସହ ୧୧୧ କେଜି ଗଞ୍ଜେଇ ଜବତ କରିଛି ।  ଏହି ଗଞ୍ଜେଇ ଚାଲାଣରେ ସଂପୃକ୍ତ ଥିବା ୨ ଜଣକୁ ଗିରଫ କରାଯାଇଛି । ସେମାନେ ହେଲେ ବ୍ରହ୍ମଗିରି ଅଞ୍ଚଳର କୃଷ୍ଣଚନ୍ଦ୍ର ବେହେରା ଓ ଗଜପତି ଜିଲ୍ଲା ସେରଙ୍ଗ ଥାନା ଅଞ୍ଚଳର ଜେରୋବୀୟମ ଗମାଙ୍ଗ । 

Leave A Reply

Your email address will not be published.